Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଯୁଦ୍ଧ! ପୁଣି ଆମେରିକା ଦୂତାବାସ ନିକଟରେ ମିସାଇଲ୍‌ ମାଡ କଲା ଇରାନ୍‌

9/01/2020 at 9:03 AM

ବାଗଦାଦା ୦୯।୦୧ – ଇରାନ୍‌ର ସେନା ମୁଖ୍ୟ କାସିମ୍‌ ସୁଲେମାନୀଙ୍କ ହତ୍ୟା ପରେ ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଇରାକ୍‌ର ରାଜଧାନା ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ଇରାନ୍‌ ପକ୍ଷରୁ ପୁଣିଥରେ ରକେଟ୍‌ ମାଡ କରାଯାଇଛି। ଏହି ରକେଟ୍‌ ଆମେରିକା ଦୂତାବାସର ୧୦୦ ମିଟର ଦୂରରେ ପଡିଛି । ରକେଟ୍‌ ମାଡ କରାଯାଇଥିବା ଇରାକ୍‌ ସେନା ପକ୍ଷରୁ ସ୍ୱୀକାର କରାଯାଇଛି । ଗ୍ରୀନ୍‌ ଜୋନ୍‌ରେ ୨ଟି ରକେଟ୍‌ ମାଡ କରାଯାଇଥିବା ଇରାକ୍‌ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ରକେଟ୍‌ ମାଡରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ରକେଟ୍‌ ପଡିଥିବା ସ୍ଥାନରେ ଅନ୍ୟ ଦେଶର ଦୂତାବାସ ବି ରହିଛି।
ଜାନୁଆରୀ ୫ ତାରିଖରେ ବାଗଦାଦ ଗ୍ରୀନ ଜୋନ୍‌ରେ ଇରାନ୍‌ ସମର୍ଥର ଆତଙ୍କବାଦୀ ରକେଟ୍‌ ମାଡ କରିଥିଲେ । କିଛିଟା ରକେଟ୍‌ ଆମେରିକା ଦୂତାବାସ ମଧ୍ୟରେ ବି ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା କଥା ଇରାନ୍‌ କହିଛି । ମାତ୍ର ଆମେରିକା ଏହି କଥାକୁ ଖଣ୍ଡନ କରିଛି ।

ଜେନେରାଲ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଇରାନ୍‌ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଇରାକ୍‌ରେ ଥିବା ଅନ୍ୟ ସୈନ୍ୟ ଶିବିରମାନଙ୍କରେ ବି ଇରନ୍‌ ପକ୍ଷରୁ ରକେଟ୍‌ ମାଡ କରାଯାଇଛି । ଏହି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ସଂଯମ ରକ୍ଷା କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ କହିଥିଲେ ।

ଇରାନ୍‌ ପୁଣି ଆକ୍ରମଣ କଲେ ଭୟାବହ ପରିସ୍ଥିତି ହେବ ବୋଲି ଆମେରିକା ରାଷ୍ଟ୍ରପତି ଚେତାବନୀ ଦେଇଛନ୍ତି। ଇରାନ୍‌ ଉପରେ କଡା ଆର୍ଥିକ ପ୍ରତିବନ୍ଧ ଲଗାଯିବ ବୋଲି ଟ୍ରମ୍ପ କହିଛନ୍ତି ।

ଇରାନ୍‌କୁ ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଦିଆଯିବ ନାହିଁ । ତାକୁ ଏହି ରାସ୍ତାରୁ ହଟାଇବାକୁ ହେବ ବୋଲି ସେ କହିଛନ୍ତି ।

   Related Posts