ଧମକାଇବା ପରିବର୍ତ୍ତେ ଆମକୁ କରୋନା ସଙ୍କଟରୁ ରକ୍ଷା କରନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ : ଇରାନ୍

Published By : Prameya-News7 Bureau | April 23, 2020 IST

ତେହରାନ ୨୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକକୁ ଦୃଷ୍ଟିରେ ରଖି ଇରାନ କହିଛି ଯେ, ଆଜି ସାରା ବିଶ୍ବ କରୋନା ଭାଇରସ୍ ସହ ଲଢୁଛି । ଏହି ମହାମାରୀ ଯୋଗୁଁ ଆମ ଦେଶ ଏକ କଠିନ ପରିସ୍ଥିତିରେ ରହିଛି । ଏପରି ପରିସ୍ଥିତିରେ ଆମକୁ ଧମକ ଦେବା ପରିବର୍ତ୍ତେ ଆମେରିକାର ରାଷ୍ଟ୍ରପତି ଆମକୁ ଏହି ଭାଇରସ୍ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିବା ଉଚିତ୍ ।

ପୂର୍ବରୁ ଟ୍ରମ୍ପ୍ ଇରାନକୁ ଟ୍ବିଟ୍ କରି ଧମକ ଦେଇଛନ୍ତି ଯେ, ଯଦି ଇରାନର ଜାହାଜଗୁଡିକ ସମୁଦ୍ରରେ ସେମାନଙ୍କ ଜାହାଜ ପାଇଁ ସମସ୍ୟା ସୃଷ୍ଟି କରନ୍ତି, ତେବେ ସେମାନଙ୍କୁ ବିସ୍ଫୋରଣ କରିଦେବାକୁ କୁହାଯାଇଛି ।

ଉଭୟ ଆମେରିକା ଏବଂ ଇରାନ କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ କେବେ ବି ସ୍ବାଭାବିକ ହୋଇନାହିଁ । ସମୁଦ୍ରରେ ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟରେ ଆମେରିକାର ସାମରିକ ମୁଖ୍ୟମାନେ ଇରାନ ଉପରେ ଉତ୍ତେଜିତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଛନ୍ତି ।

ମାତ୍ର ଏହାକୁ ଇରାନର ପ୍ରତିରକ୍ଷା ମନ୍ତ୍ରୀ ଇରାନ ଜାହାଜ ଦ୍ବାରା ସମସ୍ୟା ହୋଇଥିବା ଆମେରିକା ରିପୋର୍ଟକୁ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି ।

ଗତ ସପ୍ତାହରେ ଆମେରିକାର ସୈନ୍ୟବାହିନୀ ରିପୋର୍ଟ କରିଥିଲା ​​ଯେ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ନୌସେନା (ଆଇଆରଜିସିଏନ୍) ର ୧୧ ଜାହାଜ ବିପଦପୂର୍ଣ୍ଣ ଏବଂ ଉତ୍ତେଜନାମୂଳକ ଭାବେ ୟୁଏସ୍ ନୌସେନା ଏବଂ କୋଷ୍ଟଗାର୍ଡର ଜାହାଜ ନିକଟକୁ ପଳାଇ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.