ଇସ୍ରାଏଲ ସହ ରାଜନୈତିକ ସମ୍ପର୍କକୁ ନେଇ UAE ଉପରେ ଇରାନ ଓ ତୁର୍କି ଖପ୍ପା

Published By : Prameya-News7 Bureau | August 14, 2020 IST

ତେହେରାନ ୧୪।୮:  ଦୀର୍ଘ ୭୨ ବର୍ଷର ଶତ୍ରୁତାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ)। ଉଭୟ ଦେଶ ଏଥିଲାଗି ଏକ ରାଜିନାମାରେ ଉପନୀତ ହୋଇଥିବା ବେଳେ ଏହାକୁ ନେଇ ଇରାନ୍ ଓ ତୁର୍କି ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜିନାମା ସ୍ୱାକ୍ଷର କରି ପାଲେଷ୍ଟାଇନ୍ ପ୍ରତିଶ୍ରୁତିରୁ ୟୁଏଇ ଓହରିଯାଇଥିବା ଦୁଇ ଦେଶ ଅଭିଯୋଗ କରିଛନ୍ତି। 

{"id":314511,"sizeSlug":"large"}

ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଇସ୍ରାଏଲ ଓ ଇରାନର ଏମଓୟୁକୁ ଇରାନ ବୈଦେଶିକ ମନ୍ତ୍ରାଳୟ ପାଲେଷ୍ଟାଇନ୍‌ ଓ ସମଗ୍ର ଇସ୍ଲାମ ଜଗତ ପିଠିରେ ଛୁରୀକାଘାତ ବୋଲି କହିଛି। ସେହିପରି ୟୁଏଇର ଏପରି କପଟତାପୂର୍ଣ୍ଣ ବ୍ୟବହାରକୁ କେବେ ଭୁଲିବା ଅଥବା କ୍ଷମାଯୋଗ୍ୟ ନୁହେଁ ବୋଲି କହିଛି ତୁର୍କି। ୟୁଏଇ ଓ ଇସ୍ରାଏଲ ମଧ୍ୟରେ କେବେବି ଯୁଦ୍ଧ ହୋଇନାହିଁ। ତେବେ ଉଭୟ ଦେଶ ଦୀର୍ଘ ବର୍ଷରୁ ସମ୍ପର୍କ ସୁଧାରିବା ଲାଗି ଉଦ୍ୟମ ଜାରି ରଖିଥିଲେ। ଏଥିରେ ହୋଇଥିବା ବୁଝାମଣା ଯୋଗୁ ଏବେ ଇସ୍ରାଏଲ ଏକତରଫା ଭାବେ ପଶ୍ଚିମ ଉପକୂଳ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରିବନି ବୋଲି କହିଛି ୟୁଏଇ।

{"id":314515,"sizeSlug":"large"}

ତେବେ ପାଲେଷ୍ଟାଇନକୁ ନେଇ ଇସ୍ରାଏଲ ସହ ଚୁକ୍ତି ସ୍ୱାକ୍ଷର କରିବାର ଅଧିକାର ୟୁଏଇର ନାହିଁ ବୋଲି ତୁର୍କି ବୈଦେଶିକ ମନ୍ତ୍ରାଳୟ କହିଛନ୍ତି। ଏହି ବୁଝାମଣା ପାଲେଷ୍ଟାଇନ ଲାଗି ଗୁରୁତ୍ୱପୂର୍ଣ୍ଣ । ତେବେ ଏଥିପାଇଁ ଇସ୍ରାଏଲ ସହ ରାଜିନାମା ଲାଗି ୟୁଏଇ କିଏ ବୋଲି ପ୍ରଶ୍ନ କରିଛି ତୁର୍କି। ତେବେ ଏହି  ବୁଝାମଣା ଯୋଗୁ ଇସ୍ରାଏଲ ସହ ପୂର୍ଣ୍ଣ ରାଜନୈତିକ ସମ୍ପର୍କ ରଖିବାରେ ଇଜିପ୍ଟ ଓ ଜୋର୍ଡାନ ସହ ୟୁଏଇ ଏବେସାମିଲ ହୋଇଯାଇଛି। ଯାହାକୁ ଅନ୍ୟ ଇସ୍ଲାମ ଦେଶମାନେ ଧୋକା ବୋଲି ଭାବୁଥିବା ବେଳେ ଆରବ ଓ ଅନ୍ୟ ମୁସଲମାନ ଦେସମାନଙ୍କୁ ଏହାର ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.