ବାଇଡେନ୍ ସମସ୍ତ କଟକଣା ହଟାଇଲେ ପରମାଣୁ ରାଜିନାମାକୁ ମାନିବୁ, ଆମେରିକାକୁ ଇରାନର ପ୍ରସ୍ତାବ

Published By : Prameya-News7 Bureau | November 19, 2020 IST

ତେହରାନ,୧୯/୧୧:  ଗତ କିଛିଦିନ ଧରି ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହା ମଧ୍ୟରେ ଇରାନ ଆମେରିକାର ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ  ଏକ ପ୍ରସ୍ତାବ ଦେଇଛି। ଯଦି ଆମେରିକା ଗତ ୨ ବର୍ଷ ହେଲା ଲଗାଇଥିବା କଟକଣା ହଟାଏ ତେବେ ପରମାଣୁ ରାଜିନାମାକୁ ପୁଣି ସମ୍ମାନ ଜଣାଇବ ବୋଲି ଇରାନ କହିଛି ।

ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ୍ ଜରିଫ୍ କହିଛନ୍ତି ଯେ, ତେହରାନ ଉପରେ କିଛି ଆଞ୍ଚ୍ ଆସିଥିବାରୁ ଦେଶ ପରମାଣୁ ରାଜିନାମାରୁ ହଟିଥିଲା । ଯାହା ୨୦୧୫ରେ ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏନେଇ କୌଣସି ସର୍ତ୍ତର ଆବଶ୍ୟକତା ରହିବ ନାହିଁ । ଇରାନ ଡେଲିର ଏକ ରିପୋର୍ଟରେ ମହମ୍ମଦ ଏହା କହିଛନ୍ତି ।

ଜାରିଫ୍ ଆହୁରି କହିଛନ୍ତି ଯେ,.ଆମେରିକା ଜାତିସଂଘରେ ଏକ ରିଜ୍ୟୋଲୁସନ ଆଗତ କରିବାକୁ ଯାଉଛି । ଏଥିରେ ୨୦୧୫ ପରମାଣୁ ରାଜିନାମା ବାବଦରେ ଇରାନ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିବ । ଯଦି ଆମେରିକା ଏପରି ନକରେ ଓ ଇରାନ ଉପରେ ଲଗାଇଥିବା ସମସ୍ତ ପ୍ରତିବନ୍ଧରକ ହଟାଇଦିଏ ତେବେ ଇରାନ ରାଜିନାମାକୁ ସମ୍ମାନ ଦେବ । ବାଇଡେନଙ୍କ ବିଦେଶ ନୀତି ଉପରେ ଦକ୍ଷତା ଅଛି । ସେ ତାଙ୍କୁ ୩୦ ବର୍ଷ ହେଲା ଜାଣିଛନ୍ତି । ବାଇଡେନ ଟ୍ରମ୍ପ ଲଗାଇଥିବା ପ୍ରତିବନ୍ଧକ ହଟାଇଲେ ଇରାନ ପରମାଣୁ ରାଜିନାମାକୁ ସମ୍ମାନ ଦେବ ।

ନିକଟରେ ଇରାନ ରାଷ୍ଟ୍ରପତି ହାସନ ରୁହାନୀ କହିଥିଲେ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସରକାର ବ୍ୟବସ୍ଥିତ ନୁହେଁ । ବାଇଡେନଙ୍କ ସରକାରଟାରୁ ଅନେକ କିଛି ଆଶା କରାଯାଉଛି । ବାଇଡେନ୍ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବେ ।

ସୂଚନାଯୋଗ୍ୟ, ୨୦୧୮ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ରାଜିନାମାରୁ ଆମେରିକା ହଠାତ ଓହରି ୟାଇଥିଲା । ବାଣିଜ୍ୟ  ଓ ବ୍ୟବସାୟକୁ ନେଇ ଏହି ରାଜିନାମା ହୋଇଥିଲା । ଯାହା ଫଳରେ ଇରାନର ଅର୍ଥନୀତି ଉପରେ ପ୍ରଭାବ ପଡିଥିଲା ।  ଆମେରିକା ଇରାନ ଉପରେ ଅନେକ କଟକଣା ଲଗାଇଥିଲା । ଏପରିକି ଟ୍ରମ୍ପ ଇରାନ ଉପର ଅତ୍ୟଧିକ ଚାପ ପକାଉଥିଲେ । କିନ୍ତୁ ବାଇଡେନ୍ ଇସଲାମିକ୍ ରିପବ୍ଲିକ୍ ନେଇ ଇରାନକୁ ପ୍ରସ୍ତାବ ଦେଇଛନ୍ତି ।

ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟୋମିତ୍ ଏନର୍ଜି ଏଜେନ୍ସି କହିଛି ଯେ, ଇରାନ ନାଟନାଜରେ ପରମାଣୁ ଗତିବିଧି ଆରମ୍ଭ କରିଛି । ଇରାନର ୟୁରାନିୟମ ଉପଯୋଗ ମଧ୍ୟ ବୃଦ୍ଧି ପାଇଛି ।

ସୋମବାର ଦି ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଇରାନର ପରମାଣୁ ଗତିବିଧିକୁ ରୋକିବା ପାଇଁ ଟ୍ରମ୍ପ୍ ସରକାର କିଛି ଯୋଜନା କରିପାରନ୍ତି । ଏପରିକି ସୈନ୍ୟ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ମଧ୍ୟ ରହିଛି । ଏହାପରେ ପୁଣି ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.