ସୋଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବ କି ଇରାନ ? ଓ୍ୱାଶିଂଟନରେ ସମ୍ଭାବ୍ୟ ବିମାନ ଆକ୍ରମଣର ଅଡିଓ ବାର୍ତ୍ତା ପରେ ଆମେରିକୀୟ ଏଜେନ୍ସିର ଜୋରଦାର ଛାନଭିନ୍

Published By : Prameya-News7 Bureau | January 06, 2021 IST

ନ୍ୟୁୟର୍କ,୦୬/୦୧: ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନାହିଁ । ନିକଟରେ ନ୍ୟୁୟର୍କର ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସମ୍ଭାବ୍ୟ ବିମାନ ଆକ୍ରମଣ ନେଇ ସତର୍କ ରହିଛନ୍ତି।  ଇରାନ ବିମାନ ପଠାଇ ଆକ୍ରମଣ ପାଇଁ ଯୋଜନା କରୁଥିବା ଆମେରିକା ସନ୍ଦେହ କରୁଛି । ଏହି ଘଟଣାରେ ୟୁଏସ ଫେଡେରାଲ  ଏନଫୋର୍ସମେଣ୍ଟ ତଦନ୍ତ ଆରମ୍ଭ କରିଛି ।

ଏତତ୍ ବ୍ୟତୀତ ଆମେରିକା ହାତରେ ଏକ ଅଡିଓ ମେସେଜ ଲାଗିଛି । ଯେଉଁଥିରେ କେହି ଜଣେ ଜେନେରାଲ କ୍ସାସିମ୍ ସୋଲେମାନୀ ହତ୍ୟାର ପ୍ରତିଶୋଧ ନେବେ ବୋଲି କହୁଛନ୍ତି । ଏପରିକି ଆମେରିକା ଉପରେ ବିମାନ ଆକ୍ରମଣ କରି କ୍ୟାପିଟୋଲ ବିଲ୍ଡିଂ ଉଡାଇବା ବାବଦରେ ମଧ୍ୟ ଅଡିଓ ମେସେଜରେ ଶୁଣିବାକୁ ମିଳୁଛି ।ଏହି ଧମକପୂର୍ଣ୍ଣ ଅଡିଓ ସୋଲେମାନୀର ମୃତ୍ୟୁବାର୍ଷିକୀରେ ସାମ୍ନାକୁ ଆସିଛି । ଆମେରିକା ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଜେନେରାଲ କ୍ୱାସିମ୍ ସୋଲେମାନୀ ଇରାନ କ୍ୱାଡସ୍ ଫୋର୍ସର ପୂର୍ଚତନ ମୁଖ୍ୟ ଥିଲା । ତେବେ ଗତ ୨୦୧୯ରେ ଆମେରିକା ସେନା ତାକୁ ହତ୍ୟା କରିଥିଲା । ବାଗଦାଦ ବିମାନ ବନ୍ଦର ନିକଟରେ ଆମେରିକା ସୋଲେମାନୀକୁ ଟାର୍ଗେଟ୍ କରିଥିଲା ।

ତେବେ ଆମେରିକା ହାତରେ ଲାଗିଥିବା ଭଏସ ମେସେଜ କିଏ ପଠାଇଛି ତାହା ସ୍ପଷ୍ଟ ହୋଇନାହିଁ । ପେଣ୍ଟାଗନ୍ ଓ ଅନ୍ୟ ଏଜେନ୍ସି ଏହାର ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.