Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାରାଙ୍କ ପରେ ଏବେ ଆମୀରଙ୍କ ଝିଅ ଇରା ପାଣିରେ ଲଗାଇଲେ ନିଆଁ, ଫଟୋ ଭାଇରାଲ…

13/01/2020 at 11:46 AM

ମୁମ୍ବାଇ୧୩|୧: କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଭେକେସନ୍‌ ଫଟୋ ଭାଇରାଲ ହେବାରେ ଲାଗିଥିଲା।ସାରାଙ୍କ ଡିପ୍‌ ସି ଡାଇଭିଂ ଫଟୋ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ହେଲେ ଏବେ ଇରାଙ୍କ ପାଣି ଭିତର ଫଟୋଶୁଟ୍‌ ଭାଇରାଲ ହେବାରେ ଲାଗିଛି। ଅଧିକାଂଶ ସମୟରେ ନିଜ ହଟ୍‌ ଫଟୋଶୁଟ୍‌ ଓ ଭିଡିଓ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ଇରା। ଇରା ଇନ୍‌ଷ୍ଟାରେ ନିଜର ପ୍ରତ୍ୟେକ ଫଟୋଶୁଟ୍‌ର ଫଟୋ ପୋଷ୍ଟ କରନ୍ତି। ସୋସିଆଲ ମିଡିଆରେ ଲଗାତାର ଆକ୍ଟିଭ ରୁହନ୍ତି ଇରା।

ଉଭୟ ସାରା ଓ ଇରା ଆଜିକାଲି ନିଜ ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇରାଙ୍କ ବୋଲ୍ଡ ଫଟୋଶୁଟ୍ ପରେ ଏବେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ନିକଟରେ ଇରା ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ନୀଲ ଆଇଲାଣ୍ଡରେ ଉଠାଯାଇଛି।

ଆମୀର ଖାନଙ୍କ ଲାଡଲୀ ଏହି ଫଟୋରେ ସମୂଦ୍ର ଭିତରେ ସୁଇମିଂ କରୁଥିବାର ଦେଖିବାକୁ ମିଳିଛି। ଇରାଙ୍କ ପୂର୍ବରୁ କେଦାରନାଥ ଫେମ୍‌ ସାରା ସୁଇମିଂ ଓ ଡାଇଭିଂ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ଅନେକ ଦର୍ଶକ ପସନ୍ଦ କରିଛନ୍ତି। ତେବେ ଇରା ଫିଲ୍ମରେ ପ୍ରଦର୍ଶନ ନକରି ମଧ୍ୟ ଇନ୍‌ଷ୍ଟାରେ ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଯାହା କୌଣସି ସାଧାରଣ କଥା ନୁହେଁ।   

   Related Posts