ଅମୀର ଖାନ ଓ କିରଣ ରାଓ ଅଲଗା ହେବାକୁ ନେଇ ଚକିତ କଲାଭଳି ପୋଷ୍ଟ କଲେ ଝିଅ ଇରା ଖାନ

Published By : Prameya-News7 Bureau | July 05, 2021 IST

ମୁମ୍ବାଇ ୦୫/୦୭ : ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନ୍ ଓ କିରଣ ରାଓ ଅଲଗା ହୋଇଛନ୍ତି । ଦୀର୍ଘ ୧୫ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଛେଦ । ଏନେଇ ଉଭୟ ଅମୀର ଓ କିରଣ ତାଙ୍କ ଛାଡପତ୍ରକୁ ନେଇ ଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ କେବଳ ତାଙ୍କ ଫ୍ୟାନ୍ସ ନୁହେଁ ବଲିଉଡ ସହ ସୋସିଆଲ ମିଡିଆରେ ମଧ୍ୟ ଏ ନେଇ ତମାମ ଚର୍ଚ୍ଚା ଲାଗି ରହିଛି । ଅଲଗା ହେବାପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଛନ୍ତି ଅମୀର ଓ କିରଣ । ଉଭୟ ଏକାଠି ହୋଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଉଭୟ କହିଛନ୍ତି ଯେ ସେମାନେ ଆଉ ସ୍ୱାମୀ-ସ୍ତ୍ରୀ ସଂପର୍କରେ ନାହାଁନ୍ତି, ସତ ତଥାପି ସେମାନେ ଗୋଟିଏ ପରିବାର ଅଟନ୍ତି । ସେ କହିଛନ୍ତି ଯେ ସେମାନେ ସର୍ବଦା ଭଲ ବନ୍ଧୁ ହୋଇ ରହିବେ ଏବଂ ଆପଣମାନେ କେବେ ଭାବନ୍ତୁନି କି ଆମେ ଅଲଗା ଅଛୁ ।

ଏଥି ମଧ୍ୟରେ ଅମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଅମୀର ଏବଂ କିରଣଙ୍କ ଅଲଗା ହେବା ପରେ ଇରା ସୋସିଆଲ ମିଡିଆରେ ସେୟାର କରିଥିବା ପ୍ରଥମ ପୋଷ୍ଟ ପ୍ରଶଂସକଙ୍କ ଦୃଷ୍ଟିକୁ ଆସିଛି । ଇରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ 'ଆସନ୍ତାକାଲି ପରବର୍ତ୍ତୀ ରିଭ୍ୟୁ ! ଆଗକୁ କଣ ହେବାକୁ ଯାଉଛି?'

{"id":475991,"width":671,"height":1055,"sizeSlug":"large","linkDestination":"none"}

ଇରା ଫିଲ୍ମ ଇଣ୍ଡଷ୍ଟ୍ରିରେ ନଥିଲେ ମଧ୍ୟ, ଅମୀର ଖାନଙ୍କ ଝିଅ ବୋଲି ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ । ଇରା ଏହି ପୋଷ୍ଟକୁ ନେଇ କିଛି ସୂଚନା ଦେଇନାହାନ୍ତି ସତ  କିନ୍ତୁ ସେ କେଉଁ ବିଷୟରେ କହିବାକୁ ଚାହୁଁଛନ୍ତି ତାହା ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଅମୀର ଓ କିରଣ ଅଲଗା ହେବାରେ ଯେତିକି ଚର୍ଚ୍ଚା ହେଉଥିଲା ଏବେ ଇରାଙ୍କର ଏହି ପୋଷ୍ଟ ସେଆର ହେବା ପରେ ଚର୍ଚ୍ଚା ଆହୁରି ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.