ଆଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ଇକବାଲ୍‌ ଅନ୍‌ସାରୀ

Published By : Prameya-News7 Bureau | November 09, 2019 IST

ଅଯୋଧ୍ୟା - ବାବ୍ରୀ ମସ୍‌ଜିଦ୍‌ ରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଏହି ମାମଲାରେ ପକ୍ଷଥିବା ଇକବାଲ ଅନସାରୀ ସ୍ୱାଗତ କରିଛନ୍ତି ।

ସେ ସୁପ୍ରିମକୋର୍ଟଙ୍କ ରାୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଥିବା କଥା କହିଛନ୍ତି । କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମଧ୍ୟ ଯାହା ବି ରାୟ ଆସିବ ତାକୁ ଆମେ ସମର୍ଥନ ଦେବୁ ବୋଲି କହିଥିଲୁ । ଏହା ସମସ୍ତଙ୍କ ପାଇଁ ଏକ ଜୟଯୁକ୍ତର ଖବର । ସରକାର କେବେ ଅନ୍ୟସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଜାଗା ଦେବେ ତାକୁ ଅପେକ୍ଷା । ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ବୋଲି ସେ କହିଛନ୍ତି ।

କୋର୍ଟଙ୍କୁ ରାୟକ ବିରୋଧରେ ସେ ଅପିଲ୍‌ କରିବେ ନାହିଁ ବୋଲି କହିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅନ୍ୟସ୍ଥାନରେ ୫ ଏକର ଜାଗା ଦେବା ପାଇଁ ନିର୍ଦେଶ ଦେଇଛନ୍ତି । ସୁନ୍ନି ଓ୍ୱାକଫ ବୋର୍ଡକୁ ଏହି ଜାଗା ଦିଆଯିବ । ଅନେକ ବର୍ଷ ଧରି ଚାଲିଥିବା ଏହି ଆଇନଗତ ବିବାଦର ଅନ୍ତ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.