Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଯାଇଥିବା IPS ଅଧିକାରୀ କ୍ୱାରେଣ୍ଟାଇନ୍‌ରେ, ନୀତିଶ୍ କହିଲେ ଏହା ଠିକ୍‌ ନୁହେଁ…

3/08/2020 at 11:36 AM

ମୁମ୍ବାଇ ୦୩।୦୮ : ବଲିଉଡ୍‌ ଅଭିନେକା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଇତିମଧ୍ୟରେ ଏକାମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଘଟଣାରେ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତ ସିଂହଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ବିହାର ପୋଲିସ ଅଫିସର ମୁମ୍ବାଇରେ ହଟହଟା ହେବାକୁ ପଡିଛି ।  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏସପି ତିୱାରୀ ରବିବାର ମୁମ୍ବାଇରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଟିମ୍‌ ସହିତ ତାଙ୍କର ସାକ୍ଷାତ ହୋଇଥିଲା ।

ସୂଚନାଯୋଗ୍ୟ ଯେ,  ବିଳମ୍ବିତ ରାତିରେ ଏସପି ବିନୟ ତିୱାରୀ ତାଙ୍କ ଟିମ୍‌ ସହିତ ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଜଣେ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଥିଲେ। ଠିକ୍‌ ଏହି ସମୟରେ, ବିଏମ୍‌ସି ଦଳ ସେଠାରେ ପହଞ୍ଚି ଏସପିଙ୍କୁ କ୍ବାରେଣ୍ଟାଇନ୍‌ କରିଥିଲେ ଏବଂ ତା’ପରେ ତାଙ୍କ ହାତରେ କ୍ବାରେଣ୍ଟାଇନ୍‌ ଲେଖାଥିବା ଷ୍ଟାମ୍ପ୍ ମଧ୍ୟ ଲଗାଇ ଦେଇଥିଲେ। ଏମାନେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ , ଏସ୍‌ପି କାହା ସହିତ ମିଶି ପାରିବେ ନାହିଁ । ଏଠାରୁ ଗୋଟେ କଥା ସ୍ପଷ୍ଟ ଯେ, ଏବେ କୌଣସି ଯାଞ୍ଚରେ ଏସ୍‌ପି ଅଫିସର ସାମିଲ ହେବେନାହିଁ । ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏସ୍‌ପିଙ୍କୁ କ୍ୱାରେଣ୍ଟାଇନ୍‌ କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସ୍‌ପି କ୍ଷେତ୍ରରେ ଯାହା ହୋଇଛି, ତାହା ଠିକ୍‌ ନୁହେଁ ।

ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ମଧ୍ୟ ଏସପିଙ୍କ ହାତରେ ଲାଗିଥିବା ଷ୍ଟାମ୍ପର ଫଟୋ ଟ୍ବିଟ କରିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି, ‘ଏମାନେ ବିହାର କ୍ୟାଡର ଆଇପିଏସ୍ ଅଧିକାରୀ ବିନୟ ତିୱାରୀ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାରେ ଏହି ଅଧିକାରୀଜଣଙ୍କ ସରକାରୀ ଗସ୍ତରେ ଅଛନ୍ତି । କିନ୍ତୁ ସେଠାରେ ସେ, ପହଞ୍ଚିବା ପରେ ମୁମ୍ବାଇରେ ଜବରଦସ୍ତ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ବର୍ତ୍ତମାନ ସେମାନେ ଏଠାରୁ ବାହାରି ପାରିବେ ନାହିଁ । ଏ ଘଟଣାକୁ ନେଇ ମୁଁ ମହାରାଷ୍ଟ୍ର ଡିଜିପିଙ୍କ ସହ କଥା ହେବି ।

ଏକ ରିପୋର୍ଟ ଅନୁଯାୟୀ, ବିଏମସି ଟିମ୍‌ ମୁମ୍ବାଇର ଗୋରେଗାଓଁ ପୂର୍ବ, ଏସଆରପିଏଫ ଗ୍ରୁପ -୮ ର ଅଫିସର୍ସ ରେଷ୍ଟ ହାଉସରେ ଏସପି ବିନୟ ତିୱାରୀଙ୍କୁ କ୍ବାରେଣ୍ଟାଇନ୍‌ କରିଛନ୍ତି।

   Related Posts