Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ ଏହି ଆଇପିଏସ ଅଫିସର, ଦସ୍ୟୁ ବୀରାପାନକୁ କରିଥିଲେ ନିପାତ

10/08/2019 at 10:32 AM

ନୂଆଦିଲ୍ଲୀ ୧୦|୮: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜାମ୍ମୁକାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ କରିବା ପରେ କେନ୍ଦ୍ର ସରକାର ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବିଜୟ କୁମାରଙ୍କୁ ଜାମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ବିଜୟ କୁମାର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ନିକଟରେ ବାସଗୃହ, ଜଙ୍ଗଲ, ପରିବେଶ ଓ ପର୍ଯ୍ୟାବରଣ, ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା, ଯୁବ ସେବା ଏବଂ ଖେଳ, ଆତିଥ୍ୟ ଏବଂ ପ୍ରୋଟୋକଲ, ନାଗରିକ ଉନ୍ନୟନ, ସୂଚନା ଏବଂ ଲୋକସଂପର୍କ ଭଳି ପ୍ରମୁଖ ବିଭାଗ ରହିଛି ।

ବିଜୟ କୁମାର ୧୯୭୫ ବ୍ୟାଚ୍‌ ତାମିଲନାଡୁ କ୍ୟାଡର ଆଇପିଏସ୍‌ ଅଫିସର । ସେ ଏସଟିଏଫ୍ ର ନେତୃତ୍ବ ମଧ୍ୟ ନେଇଥିଲେ । ଜଙ୍ଗଲ ବ୍ରିଗେଡ୍, ଚନ୍ଦନ କାଠ ଏବଂ ହାତୀ ଦାନ୍ତ ଚାଲାଣ କରୁଥିବା ଦସ୍ୟୁ ବୀରାପ୍ପାନକୁ ନିପାତ କରିଥିଲେ ବିଜୟ କୁମାର । ମାଓବାଦୀ ବିରୋଧୀ ବିଶେଷଜ୍ଞ ଭାବେ ସେ ଜଣାଶୁଣା ଥିଲେ ।

ଧିରେ ଧିରେ ଜାମ୍ମୁ କାଶ୍ମୀରରେ ସ୍ବାଭାବିକ ହେଉଛି ସ୍ଥିତି । ଗତକାଲି ସାମ୍ବା ଓ ଉଧମପୁରରେ ସ୍କୁଲ ଖୋଲିସାରିଥିବା ବେଳେ ଆଜି ଜମ୍ମୁରେ କଡା ସୁରକ୍ଷା ବଳୟ ଭିତରେ ସ୍କୁଲ ଖୋଲିଛି । ଜାମ୍ମୁର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୁଷମା ଚୌହ୍ବାନ । ଲୋକେ ଘରୁ ବାହାରକୁ ବାହାରିବା ସହ ଅତ୍ୟାବଶକୀୟ ସାମଗ୍ରୀ କିଣାକିଣି କରୁଛନ୍ତି । ରାଜ୍ୟରେ ଫୋନ୍ ଓ ଇଣ୍ଟରନେଟ୍ ସେବା ମଧ୍ୟ ଆଂଶିକ ଭାବେ କାମ କରୁଛି । ମସଜିଦ ମାନଙ୍କରେ ନମାଜ ପାଇଁ ଅନୁମତି ମିଳିଛି ।

   Related Posts