ଆଜି ଦାୟିତ୍ବ ଗ୍ରହଣ କରିବେ ନୂଆ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

Published By : Prameya-News7 Bureau | August 21, 2019 IST

ଭୁବନେଶ୍ବର ୨୧|୮: ଆଜି ଦାୟିତ୍ବ ଗ୍ରହଣ କରିବେ ନୂଆ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଟ୍ବିନ୍‌ ସିଟିର ସପ୍ତମ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବେ ୧୯୯୦ ବ୍ୟାଚ୍‌ ଆପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ । ଦିନ ସାଢେ ୧୧ଟାରେ ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ ସେ ଦାୟିତ୍ବ ନେବେ ।

ପୋଲିସ କମିଶନର ଭାବେ ତାଙ୍କ ସମ୍ମୁଖରେ ରହିବ ଅନେକ ଚ୍ୟାଲେଞ୍ଜ ।ଯେଉଁଥିରୁ ପ୍ରମୁଖ ହେଉଛି ଅପରାଧ ନିୟନ୍ତ୍ରଣ । ଗତ କିଛିଦିନ ମଧ୍ୟରେ ଟ୍ବିନ୍ ସିଟିରେ ବଢୁଥିବା ଅପରାଧ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଅପରାଧ ରୋକିବାକୁ ପୋଲିସର ଫେକସ୍ ରହିବ ।

ବିଶେଷ କରି ବେଆଇନ ବନ୍ଧୁକ କାରବାର ଉପରେ ରୋକ ଲାଗାଇବା, ବ୍ରାଉନ ସୁଗାର କାରବାର ତଥା ବେପାରୀଙ୍କୁ ଧରିବା, ଅବାଧରେ ଚାଲିଥିବା ସେକ୍ସ ରାକେଟ ଉପରେ ରୋକ ଲଗାଇବା, ଲୁଟ୍ , ଛିନତାୟୀ, ରାହାଜାନୀ କବଳରୁ ଲୋଙ୍କୁ ସୁରକ୍ଷା ଦେବା  ମୁଖ୍ୟ ଚ୍ୟାଲେଞ୍ଜ ରହିବ ।  ସେପଟେ ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.