Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଟ୍ବିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ସତ୍ୟଜିତ୍ ମହାନ୍ତିଙ୍କଠୁ ଦାୟିତ୍ବ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ

21/08/2019 at 11:16 AM

ଭୁବନେଶ୍ବର ୨୧|୮:  ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁଧାଂଶୁ ଷଡଙ୍ଗୀ । ଟ୍ବିନ୍‌ ସିଟିର ସପ୍ତମ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ । ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ ସେ ଦାୟିତ୍ବ ନେଇଛନ୍ତି ।

ପୋଲିସ କମିଶନର ଭାବେ ତାଙ୍କ ସମ୍ମୁଖରେ ରହିବ ଅନେକ ଚ୍ୟାଲେଞ୍ଜ ।ଯେଉଁଥିରୁ ପ୍ରମୁଖ ହେଉଛି ଅପରାଧ ନିୟନ୍ତ୍ରଣ । ଗତ କିଛିଦିନ ମଧ୍ୟରେ ଟ୍ବିନ୍ ସିଟିରେ ବଢୁଥିବା ଅପରାଧ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଅପରାଧ ରୋକିବାକୁ ପୋଲିସର ଫୋକସ୍ ରହିବ ।

ବିଶେଷ କରି ବେଆଇନ ବନ୍ଧୁକ କାରବାର ଉପରେ ରୋକ୍ ଲାଗାଇବା, ବ୍ରାଉନସୁଗାର କାରବାର ତଥା ବେପାରୀଙ୍କୁ ଧରିବା, ଅବାଧରେ ଚାଲିଥିବା ସେକ୍ସ ରାକେଟ୍ ଉପରେ ରୋକ୍ ଲଗାଇବା, ଲୁଟ୍ , ଛିନତାୟୀ, ରାହାଜାନୀ କବଳରୁ ଲୋଙ୍କୁ ସୁରକ୍ଷା ଦେବା  ମୁଖ୍ୟ ଚ୍ୟାଲେଞ୍ଜ ରହିବ ।  ସେପଟେ ସତ୍ୟଜିତ ମହାନ୍ତିଙ୍କୁ ଜେଲ୍ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

   Related Posts