ଆଇପିଏସ ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ

Published By : Prameya-News7 Bureau | May 30, 2020 IST

ଭୁବନେଶ୍ୱର, ୩୦|୦୫: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଅନ୍ୟ ଦୁଇଜଣ ଆଇପିଏସ ଅଫିସରଙ୍କୁ ବଦଳି କରିଛନ୍ତି । ଗୁଇନ୍ଦା ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସତ୍ୟଜିତଙ୍କୁ ହୋମଗାଡ ଓ ସିଭିଲ୍ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସେସୁ ସିଇଓ ଅରୁଣ ବୋଥ୍ରାଙ୍କୁ ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ବାଲେଶ୍ୱର ଏସପି ଯୁଗଳ କିଶୋରଙ୍କୁ କଟକକୁ ବଦଳି କରାଯାଇଛି । ସେହିପରି କ୍ରାଇମବ୍ରାଞ୍ଚ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସପି ଭାବେ ବଦଳି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.