ପେଟ୍ରୋଲ ପମ୍ପରେ ବିସ୍ଫୋରଣ: ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡା କହିଲେ, 'ଅଳ୍ପକେ ବର୍ତ୍ତିଗଲେ ଶ୍ରେୟା' ସୋସିଆଲ ମିଡିଆରେ ଶେୟାର କଲେ ନିଜ ଘରର ଫଟୋ

Published By : Prameya-News7 Bureau | October 07, 2020 IST

ଭୁବନେଶ୍ବର୭/୧୦: ଆଜି ଭୁବନେଶ୍ବର ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଖାପାଖି ୧୦/୧୨ ଜଣ ଆହାତ ହୋଇଥିବା ବେଳେ କିଛି ଗୁରୁତର ମଧ୍ୟ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା, ଦେଖଣାହାରୀଙ୍କ ଛାତି ଥରି ଉଠିଥିଲା।

{"id":340210,"sizeSlug":"large"}

ଏହି ବିସ୍ଫୋରଣର ପ୍ରଭାବ କେତେ ଭୟାବହ ଥିଲା, ସେ ସଂପର୍କରେ  ଆଇପିଏସ୍‌ ଅଧିକାରୀ ତଥା ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

{"id":340211,"sizeSlug":"large"}

ସେ କହିଛନ୍ତି, ରାଜଭବନ ନିକଟରୁ ମାତ୍ର କିଛି ମିଟର ଦୂରରେ ତାଙ୍କ ଘର। ଦିନ ପାଖାପାଖି ୧ଟା ୧୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଶବ୍ଦ ଏତେ ଜୋର୍ ଥିଲା ଯେ, ପୁରା ଆଖପାଖ ଅଞ୍ଚଳ କମ୍ପନ କରିଥିଲା।

{"id":340212,"sizeSlug":"large"}

ବିସ୍ପୋରଣ ସମୟରେ ତାଙ୍କ ଝି୍ଅ ଶ୍ରେୟା ପାଠ ପଢ଼ୁଥିଲେ। ସେ ପାଠ ପଢ଼ିବା ବେଳେ ହଠାତ୍ ଏହି ବିସ୍ଫୋରଣ ହୋଇଥିଲା।

{"id":340213,"sizeSlug":"large"}

ସେହି ରୁମ୍‌ ଝରକାରେ ଲାଗିଥିବା କାଚ ଭାଙ୍ଗି ତାଙ୍କ ଝିଅ ଉପରେ ପଡିଥିଲା। କାଚ ଗୁଡିକ ଚାରିଆଡେ ଛିନ୍‌ଛତର ହୋଇ ପଡିଥିଲା। ସୌଭାଗ୍ୟବଶତଃ ତାଙ୍କ ଝିଅ ଶ୍ରେୟାଙ୍କର କିଛି କ୍ଷତି ହୋଇ ନାହିଁ।

{"id":340214,"sizeSlug":"large"}
{"id":340215,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.