Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ରାକେଶ ଅସ୍ଥାନା ହେଲେ ଦିଲ୍ଲୀ ପୋଲିସ କମିଶନର, ଅବସର ଗ୍ରହଣର ୩ ଦିନ ପୂର୍ବରୁ ମିଳିଲା ବଡ଼ ଦାୟିତ୍ବ

27/07/2021 at 10:29 PM

ନୂଆଦିଲ୍ଲୀ ୨୭/୭: ସୀମା ସୁରକ୍ଷା ବଳ (ବିଏସ୍‌ଏଫ)ର ମହାନିର୍ଦେଶକ ଏବଂ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନା ହେଲେ ଦିଲ୍ଲୀ ପୋଲିସ କମିଶନର। ଗୁଜୁରାଟ କ୍ୟାଡେର ୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅସ୍ଥାନାଙ୍କୁ ଅବସର ଗ୍ରହଣ କରିବାର ୩ ଦିନ ପୂର୍ବରୁ ପୋଲିସ କମିଶନର ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

ଆଇପିଏସ୍‌ ଅଧିକାରୀ ରକେଶ ଅସ୍ଥାନା ଝାଡ଼ଖଣ୍ଡର ନେତରହାଟ ବିଦ୍ୟାଳୟର ଛାତ୍ର ଥିଲେ। ୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅସ୍ଥାନାଙ୍କ ବାପା ହରେ କୃଷ୍ଣ ଅସ୍ଥାନା ନେତରହାଟ ବିଦ୍ୟାଳୟର ଶିକ୍ଷକ ଥିଲେ। ମାଟ୍ରିକ୍‌ ପରୀକ୍ଷା ପାସ୍‌ କରିବା ପରେ ଅସ୍ଥାନାଙ୍କ ପାଠ ପଢ଼ା  ରାଞ୍ଚିର ସେଣ୍ଟ ଜାଭିୟର କଲେଜ୍‌ରେ ହୋଇଥିଲା। ଆଇପିଏସ୍‌ ପାଇବା ପ​‌ରେ ତାଙ୍କୁ ଗୁଜୁରାଟ କ୍ୟାଡ୍‌ର ମିଳିଥିଲା।

ବିାହାର ଚାରା ଘୋଟାଲା ମାମଲାର ତଦନ୍ତରେ ଅସ୍ଥାନା ବଡ଼ ଭୂମିକା ଗ୍ରହଣ କରିଥିଲେ। ସିବିଆଇ ଏସପି ଥିବା ବେଳେ ତାଙ୍କ ନେତୃତ୍ବରେ ୪ଟି ବଡ଼ ମାମଲାର ତଦନ୍ତ ହୋଇଥିଲା। ସିବିଆଇରେ ଥିବା ବେଳେ ତତ୍କାଳୀନ ନିର୍ଦେଶକ ଆଲୋକ ବର୍ମାଙ୍କ ସହ ବିବାଦରୁ ସେ ଚର୍ଚ୍ଚାକୁ ଆସିଥିଲେ। ତାପରେ ତାଙ୍କୁ ସିବିଆଇରୁ ବିଦା କରାଯାଇଥିଲା। ରାକେଶ ଅସ୍ଥାନା ଏନସିବିର ଅତିରିକ୍ତ ଡିଜି ମଧ୍ୟ ହୋଇଥିଲେ।

   Related Posts