Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଇପିଏସ୍ ଅଧିକାରୀ, ସୁଇସାଇଡ୍ ନୋଟ୍‌ରେ ଲେଖିଲେ ଇନ୍ସପେକ୍ଟର କରୁଥିଲେ ବ୍ଲାକମେଲିଂ

15/08/2019 at 5:51 PM

ଫରିଦାବାଦ ୧୫|୮: ଫରିଦାବାଦରେ ଜଣେ ଆଇପିଏସ ଅଧିକାରୀ ସରକାରୀ ବାସଭବନରେ ସର୍ଭିସ୍ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ଆଇପିଏସ ଅଧିକାରୀଙ୍କ ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ସୁଇସାଇଡ୍ ନୋଟ୍ ରେ ମୃତ ଆଇପିଏସ ଅଧିକାରୀ ଫରିଦାବାଦ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଇନ୍ସପେକ୍ଟର ଅବଦୁଲ ଶହୀଦଙ୍କ ବିରୋଧରେ ବ୍ଲାକମେଲିଂ କରିବା ସହ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ଉଲ୍ଲେଖ କରିଛନ୍ତି । ପୋଲିସ ମୃତ ଆଇପିଏସ ଅଧିକାରୀଙ୍କ ପରିବାରଲୋକଙ୍କ ଅଭିଯୋଗ ଆଧାରରେ ଇନ୍ସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବା ଭଳି ସଙ୍ଗୀନ ଧାରା ଲଗାଇ ମାମଲା ରୁଜୁ କରିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ବିକ୍ରମ କପୁର ତାଙ୍କ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ରେ ସେ ଇନ୍ସପେକ୍ଟର ଅବଦୁଲଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ତାଙ୍କୁ ଇନ୍ସପେକ୍ଟର କେଉଁ କାରଣ ପାଇଁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉ ଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଫରିଦାବାଦର ପୋଲିସ ଲାଇନ୍ ରେ ରହୁଥିବା ଆଇପିଏସ୍ ଅଧିକାରୀ ବିକ୍ରମ କପୁର ନିଜ ସର୍ଭିସ୍ ବନ୍ଦୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ବିକ୍ରମ କପୁର ଫରିଦାବାଦରେ ଏନଆଇଟି ଡିସିପି ଭାବେ ଅବସ୍ଥାପିତ ଥିଲେ । ୧୯୮୩ ମସିହାରେ ଏଏସଆଇ ଭାବେ ଯୋଗଦେଇଥିବାବେଳେ ୨୦୨୦ରେ ସେ ଅବସର ନେଇଥାନ୍ତେ । ୨୦୧୭ରେ ତାଙ୍କର ପଦୋନ୍ନତି ହୋଇଥିଲା । ବିକ୍ରମ କପୁର ପୋଲିସ ଲାଇନ୍ ରେ ତାଙ୍କ ପୁଅ ଏବଂ ପତ୍ନୀଙ୍କ ସହ ରହୁଥିବାବେଳେ ତାଙ୍କର ଅନ୍ୟ ଏକ ପୁଅ ପଞ୍ଚକୁଲାରେ ରହୁଥିଲେ ।  

   Related Posts