ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଲେ ସତ୍ୟଜିତ୍ ମହାନ୍ତି

Published By : Prameya-News7 Bureau | November 21, 2019 IST

କଟକ ୨୧।୧୧: କଟକ ପୋଲିସ ମୁଖ୍ୟାଳୟରେ ଅନ୍ତରୀଣ ଡିଜିପି ଭାବେ ଦାୟିତ୍ବ ନେଲେ ସତ୍ୟଜିତ୍ ମହାନ୍ତି । ପରେ ଦିନ ୧୧ଟାରେ ଭୁବନେଶ୍ବର ଲୋକସେଭା ଭବନରେ ଡାଇରେକ୍ଟର ଅଫ୍ ଇଣ୍ଟେଲିଜେନ୍ସ ଭାବେ ଦାୟିତ୍ବ ଗ୍ରହଣ କରିବେ ସତ୍ୟଜିତ୍ ମହାନ୍ତି । ବି.କେ. ଶର୍ମାଙ୍କ ବଦଳି କରିବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଭୟଙ୍କୁ ରାଜ୍ୟର ନୂଆ ପୋଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଦାୟିତ୍ବ ନେବା ପର୍ଯ୍ୟନ୍ତ ସତ୍ୟଜିତ୍ ମହାନ୍ତି ଏହି ପଦବୀରେ ରହିବେ । 

{"id":187363,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୋଲିସ ଡିଜି ଦାୟିତ୍ବରେ ଥିବା ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ତାଙ୍କ ସ୍ଥାନରେ ଅଭୟ ପରବର୍ତ୍ତୀ ଡିଜି ହେବେ । ବିଜୟ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ବରେ ମଧ୍ୟ ଥିଲେ । ଅଗ୍ନିଶମ ଡିଜିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଆସିବା ପରେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି ସରକାର ।

{"id":187376,"width":576,"height":375,"sizeSlug":"large"}

ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିବାର ମାତ୍ର କିଛି ମିନିଟ୍ ଭିତରେ ବି କେ ଶର୍ମାଙ୍କୁ ବିଦାୟ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ମଧ୍ୟ ଗୃହ ବିଭାଗ ଘୋଷଣା କରିଛି ଯେ ବରିଷ୍ଠ ଆଇପିଏସ ଅଧିକାରୀ ଅଭୟ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି । ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ଏବେ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ହାଇଦ୍ରାବାଦରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ମୁଖ୍ୟ ଥିଲେ।

{"id":187385,"width":577,"height":384,"sizeSlug":"large"}

ଏଥିସହିତ ସେ କମନୱେଲଥ ଫଣ୍ଡର ଟେକନିକାଲ କୋଅପରେସନରେ କାର୍ଯ୍ୟ କରିବା ସହିତ ଜାତିସଂଘରେ ନାର୍କୋଟିକ ଡ୍ରଗସ ଉପରେ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଅଭୟ ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ସତ୍ୟଜିତ୍ ମହାନ୍ତି ପୋଲିସ ଡିଜି ଭାବେ ଅନ୍ତରୀଣ ଦାୟିତ୍ବରେ ରହିବେ। ତେବେ ତାଙ୍କୁ ତୁରନ୍ତ ଦାୟିତ୍ବ ନେବା ଲାଗି କୁହାଯାଇଥିଲା ।

{"id":187356,"sizeSlug":"large"}

ବିଜୟ ଶର୍ମା ପୋଲିସ ଡିଜି ସହିତ ଅଗ୍ନିଶମ ଡିଜି ଦାୟିତ୍ବରେ ମଧ୍ୟ ଥିଲେ। ତେବେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କୁ ହଟାଇ ଦିଆଯାଇଛି । ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇଁ ବହୁ ଆବେଦନ ପଡ଼ି ରହିଥିବା ବେଳେ ବିଜୟ ଶର୍ମା ଏଥିରେ ଅନିୟମିତତା କରିଥିବା ଅଭିଯୋଗ ଆସିଥିଲା। ତେବେ ଏହି ଅନିୟମିତତାର ତଦନ୍ତ ପାଇଁ ସରକାର ତୁରନ୍ତ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ରହିବେ।  ଏହା ସହିତ ସୁନୀଲ ରୟଙ୍କୁ ଅଗ୍ନିଶମ ପୋଲିସ ଡିଜି ଦାୟିତ୍ବ ଦିଆଯାଇଛି । ଏଥିସହିତ ବିଜୟ ଶର୍ମାଙ୍କ ଗୃହ ବିଭାଗର ଅଫିସର ଅନ ସ୍ପେସାଲ ଡ୍ୟୁଟି କାର୍ଯ୍ୟ ତୁଲାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.