ସିବିଆଇ ଅଫିସର ନୂପୁର ପ୍ରସାଦ ହାଣ୍ଡେଲ୍ କରୁଛନ୍ତି ସୁଶାନ୍ତ ସିଂ କେସ୍ : ରିୟାଙ୍କୁ କରିଛନ୍ତି ଜେରା, କାମରେ ବେଶ୍ କଡା ୨୦୦୭ ବ୍ୟାଚ୍ ଆଇପିଏସଙ୍କ ଉପରେ ଏବେ ଫୋକସ୍

Published By : Prameya-News7 Bureau | August 28, 2020 IST

ମୁମ୍ବାଇ, ୨୮|୦୮  :  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରତିଦିନ ଜେରା କରାଯାଉଛି । ଏହାସହ ପ୍ରମୁଖ ସନ୍ଦିଗ୍ଧଙ୍କୁ ଜେରା କରାଯିବା ସହ ବୟାନ ରେକର୍ଡ ମଧ୍ୟ ହେଉଛି । ତେବେ ରିୟାଙ୍କୁ ଜେରା କରିବା ଦାୟିତ୍ୱ ନେଇଛନ୍ତି ଆଇପିଏସ ଅଫିସର ନୂପୁର ପ୍ରସାଦ ଓ ଅନିଲ ଯାଦବ । ଏହି ଦୁଇ ଅଫିସର ବହୁତ ସଚ୍ଚୋଟ ଓ କଡା । ସମସ୍ତଙ୍କ ନଜର ଏହି ଦୁଇ ପୋଲିସ ଅଧିକାରୀଙ୍କ ଉପରେ ରହିଛି । ରିୟାଙ୍କ ମୁହଁରୁ ସତ ଓଗାଳିବାର ଦାୟିତ୍ୱ ଏହି ଦୁଇ ଅଧିକାରୀ ନେଇଛନ୍ତି ।

ନୁପୁରଙ୍କର ରହିଛି ବିହାର କନେକ୍ସନ

ସିବିଆଇ ଅଫିସର ନୁପୁର ପ୍ରସାଦ ଗୟା ଜିଲ୍ଲାର ଟିକରୀରେ ରୁହନ୍ତି । ଏବେ ସେ ସିବିଆଇ ଅଧିକାରୀ ଭାବେ କାର୍ଯ୍ୟରତ୍ତ ଅଛନ୍ତି । କୁହାଯାଉଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ତାଙ୍କୁ ମିଳିବା ପରେ ତାଙ୍କ ଗ୍ରାମରେ ଖୁସିର ମାହୋଲ ଖେଳିଯାଇଥିଲା । ସେ ୨୦୦୭ ବ୍ୟାଚ୍‌ର ଆଇପିଏସ ଅଧିକାରୀ । ସେ ଦିଲ୍ଲୀର ଶହଦରାରେ ଡିସିପି ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ଏହି ମାମଲାରେ ନୂପୁର ତଦନ୍ତ ଦାୟିତ୍ୱରେ ଥିବାରୁ ରିୟା ଗିରଫ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ସିବିଆଇ ଯେଉଁ ଟିମ୍ ଗଠନ କରିଛି ସେଥିରେ ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ଓ ସିବିଆଇର ସଂଯୁକ୍ତ ନିର୍ଦ୍ଦେଶକ ମନୋଜ ସରିଧର ମଧ୍ୟ ସାମିଲ ଅଛନ୍ତି । ଏହାସହ କେସ ଉପରେ ୨୦୦୪ ବ୍ୟାଚର ମହିଳା ଅଧିକାରୀ ଗଗନଦୀପ ଗମ୍ଭୀର ନଜର ରଖିଛନ୍ତି ।  

ଅଭିଯୋଗ ହେଉଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ରହିଛି । କାରଣ ସେ ସୁଶାନ୍ତଙ୍କ ବାନ୍ଧବୀ ଥିଲେ । ସୋସିଆଲ ମିଡିଆରେ ମଧ୍ୟ ରିୟାଙ୍କୁ ଗିରଫ କରାଯିବା ନେଇ ଦାବି ଉଠୁଛି । ସିବିଆଇ ଏବେ ରିୟାଙ୍କ ସମେତ ସୁଶାନ୍ତଙ୍କ ବନ୍ଧୁ ଓ କର୍ମଚାରୀଙ୍କୁ ଜେରା କରୁଛି ।

ମିଡିଆ ରିପୋର୍ଟ ଅନୁସାରେ, ରିୟୀଙ୍କ ପଚରାଉଚରା ପାଇଁ ସିବିଆଇ ଅନେକ ପ୍ରଶ୍ୱ ପ୍ରସ୍ତୁତ କରିଛି । ସୁଶାନ୍ତଙ୍କ ସହ ରିୟାଙ୍କ କେତେ ଦେଖା ସାକ୍ଷାତ ହେଲା କେଉଁଠି ହେଲା, ୟୁରୋପ ଟ୍ରିପରେ ଉଭୟ କେବେ ଯାଇଥିଲେ, ଏହି ଟ୍ରିପରେ କୌଣସି ପରିବାର ସଦସ୍ୟ ଥିଲେ ନା ନାହିଁ ଏହି ସବୁ ରିୟାଙ୍କୁ ପଚରାଯାଇ ପାରେ । ଏପରିକି କେବେ ନୂଆ ଆପାର୍ଟମେଣ୍ଟକୁ ରିୟା ଆସିଲେ, ସୁଶାନ୍ତଙ୍କ ସହ ରିୟା ପାର୍ଟିକୁ ଯାଉଥିଲେ ନା  ନାହିଁ, ପରିବାର ସହ ସମ୍ପର୍କ କିପରି ଥିଲା, ଏସବୁ ପ୍ରଶ୍ନ ମଧ୍ୟ ସିବିଆଇ ପଚାରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.