IPS ଅଫିସର ବସନ୍ତ ରଥ ସସପେଣ୍ଡ୍, ଅନୁଚିତ ଆଚରଣ ଓ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି ଗୃହ ମନ୍ତ୍ରଣାଳୟ

Published By : Prameya-News7 Bureau | July 08, 2020 IST

ନୂଆଦିଲ୍ଲୀ ୦୮।୦୭: ଅନୁଚିତ ଆଚରଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଜାମ୍ମୁ-କାଶ୍ମୀରର ଆଇପିଏସ ଅଫିସର ତଥା ଓଡିଆ ପୁଅ ବସନ୍ତ ରଥଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ବସନ୍ତଙ୍କୁ ଅଚାନକ କାର୍ଯ୍ୟରୁ ନିଲମ୍ବନ କରିବା ସମସ୍ତଙ୍କୁ ବିସ୍ମିତ କରିଛି। କାରଣ ସେ ଜାମ୍ମୁ-କାଶ୍ମୀରରେ ଆଇପିଏସ ଅଫିସର ଭାବେ ଲୋକଙ୍କ ବିଶ୍ଵାସଭାଜନ ହେବା ସହ ଲୋକପ୍ରିୟ ଥିଲେ।

ଜାମ୍ମୁ ଓ କାଶ୍ମୀରର ଆଇପିଏସ ଅଫିସର ବସନ୍ତ ରଥଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। କ୍ଷମତାର ଅପ ବ୍ୟବହାର ଏବଂ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଉଥିବା ଗୃହ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଏହି ଆଦେଶ ମଙ୍ଗଳବାର ସନ୍ଧ୍ୟାରେ ଜାରି ହୋଇଛି। ୨୦୦୦ ବ୍ୟାଚ୍‌ର ଆଇପିଏଫ ଅଫିସ ବସନ୍ତ ରଥଙ୍କୁ ଶ୍ରୀନଗର ମୁଖ୍ୟାଳୟରେ ତୁରନ୍ତ ହାଜର ହେବାକୁ କୁହାଯାଇଛି। ରଥ କେନ୍ଦ୍ର ଶାସିତ ଅଞ୍ଚଳରେ ସିଭିଲ ଡିଫେନ୍ସର ଇନ୍ସପେକ୍ଟର ଜେନେରାଲ(IG) ରୂପେ କାର୍ଯ୍ୟରତ ଥିଲେ। ରଥଙ୍କୁ ଜାମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ନଯିବାକୁ କୁହାଯାଇଛି। ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

{"id":297754,"sizeSlug":"large"}

ବସନ୍ତ ରଥ ଜାମ୍ମୁ-କାଶ୍ମୀରରେ ଟ୍ରାଫିକ ଆଇଜି ଥିବା ବେଳେ ଲୋକଙ୍କ ସଚେତନ ଲାଗି ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ସେ ଜଣେ ସାହାସୀ ଆଇପିଏସ ଅଫିସର ଥିଲେ। ସେ  ସିଧାସଳଖ ଜନତାଙ୍କ ସହ ମିଶି ସେମାନଙ୍କ ମତାମତ ଜାଣିବାକୁ ଚେଷ୍ଟା କରୁଥିଲେ।

୨୦୦୦ ବ୍ୟାଚର ଆଇପିଏସ ଅଧିକାରୀ ବସନ୍ତ ରଥ ନିକଟରେ କିଛି ଗତିବିଧିକାରଣରୁ ତାଙ୍କର ସୁରକ୍ଷା ବିଷୟରେ ଆଶଙ୍କା ବ୍ୟକ୍ତ ସରକାରଙ୍କୁ ପତ୍ର ଲେଖିଥିଲେ। ଏହି ପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ  ହୋଇ ଯାଇଥିଲା, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.