Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ସୋର : କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ବେକ ଓ ଆଖି ପତାରେ ରହିଛି କ୍ଷତ ଚିହ୍ନ
  • ||

ରାସ୍ତାକଡରେ କାର ଛିଡା କରି ପରିସ୍ରା କରୁଥିଲେ ଯୁବକ : ଅଚାନକ କାର ଉପରେ ପଡିଲା ଏକ ବଡ ପଥର, ଭିଡିଓ ସେୟାର କରି IPS ଅଧିକାରୀ ଅରୁଣ ବୋଥ୍ରା କହିଲେ…

15/07/2020 at 2:19 PM

ନୂଆଦିଲ୍ଲୀ ୧୫/୦୭ : ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ଆପଣ ମଧ୍ୟ ଚକିତ ହୋଇଯିବେ | ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି | ରାସ୍ତାକଡରେ ଛିଡା ହୋଇଥିବା ଏକ କାର ଉପରେ ଏକ ବଡ ପଥର ପଡିଯିବାର ଭିଡିଓରେ ଦେଖିବାକୁ ମିଳିଛି | ପଥର କାର ଉପରେ ପଡିବା ପରେ କାର ଚେପା ହୋଇଯାଇଛି | କାର ଉପରେ ପଥର ପଡିବାବେଳେ କାରରେ କେହିନଥିଲେ | ଭିଡିଓ ସେୟାର କରି ଅରୁଣ ବୋଥ୍ରା ଫଲୋୟର୍ସଙ୍କୁ ପଚାରିଛନ୍ତି ଡ୍ରାଇଭର ଲକି ନା ଅନଲକି ? କିଛି ଲୋକ ଏହାକୁ ଅନଲକି କହିଥିବାବେଳେ ଅନେକ ଲୋକ ଏକ ଲକି ବୋଲି କହିଛନ୍ତି | କାରଣ ସୌଭାଗ୍ୟବଶତଃ ଡ୍ରାଇଭର କାରରେ ନଥିଲେ ଏବଂ ତାଙ୍କ ଜୀବନ ବଞ୍ଚିଯାଇଛି |

ଡ୍ରାଇଭର ରାସ୍ତାକଡରେ କାର ରଖି ପରିସ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଡ୍ରାଇଭର କାରରୁ ଓହ୍ଲାଇ ରାସ୍ତାକଡରେ ପରିସ୍ରା କରୁଥିବା ସମୟରେ ସେହି ବାଟ ଦେଇ ଏକ ଟ୍ରକ ଯାଉଥିଲା | ଟ୍ରକରୁ ଏକ ପଥର ଖସି ସିଧା କାର ଉପରେ ପଡିଥିଲା | ପଥର ପଡି କାରର ୱିନ୍ଡସିଲ୍ଡକୁ ଚୁରମାର କରିଦେଇଥିଲା । ଏହା ଦେଖି ଡ୍ରାଇଭର ଚମକି ପଡିଥିଲେ ।

ଲୋକଙ୍କ କହିବାନୁଯାୟୀ ଯଦି ଡ୍ରାଇଭର ପରିସ୍ରା କରିବାକୁ ସେଇଠି ଅଟକି ନ ଥାନ୍ତେ ତାହେଲେ ଦୁର୍ଘଟଣା ଟଳି ଯାଇଥାନ୍ତା | କିନ୍ତୁ ଯଦି ଗାଡି ଅଟକାଇ ସେ ଗାଡି ଭିତରେ ବସିଥାନ୍ତେ ତାହେଲେ ଆହୁରି ବଡ ଦୁର୍ଘଟଣା ଘଟିଥାନ୍ତା | ଏଥିରେ ତାଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଥିଲା | ଅରୁଣ ବୋଥ୍ରା ଏହି ଭିଡିଓ ଜୁଲାଇ ୧୪ ତାରିଖରେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ | ଭିଡିଓକୁ ୩୭ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି | ଲୋକେ ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି |

   Related Posts