ଆଇପିଏସ୍ ଅଧିକାରୀ ହାସଲ କଲେ ‘ଆଇରନ୍ ମ୍ୟାନ୍’ ଟ୍ରଫି: ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କୃଷ୍ଣ ପ୍ରକାଶ
20/01/2021 at 4:26 PM

ନୂଆଦିଲ୍ଲୀ ୨୦/୦୧ : ଆଇପିଏସ୍ ଅଧିକାରୀ କୃଷ୍ଣ ପ୍ରକାଶ ଦେଶର ନାଁ କରିଛନ୍ତି। ସେ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ‘ଆଇରନ୍ ମ୍ୟାନ୍’ରେ ସ୍ଥାନ ପାଇଛନ୍ତି। ଆଇରନ୍ ମ୍ୟାନ୍ ଭାବେ ସ୍ଥାନ ପାଇଥିବା ସେ ଦେଶର ସଶସ୍ତ୍ର ବଳର ପ୍ରଥମ କର୍ମୀ। କେବଳ ସେତିକି ନୁହେଁ ରେକର୍ଡରେ ସ୍ଥାନ ପାଇଥିବା ସେ ଦେଶର ପ୍ରଥମ ସରକାରୀ କର୍ମଚାରୀ।

ଆଇପିଏସ୍ କୃଷ୍ଣ ପ୍ରକାଶ ୨୦୧୭ ମସିହାରେ ଦୁନିଆର ସବୁଠାରୁ କଠିନ ଗୋଟିଏ ଦିନର ଖେଳ ପ୍ରତିଯୋଗିତା ଆଇରନ୍ ମ୍ୟାନ୍ ଟ୍ରାୟଥଲନ୍ ପୁରା କରିଥିଲେ।

ଆଇରନ ମ୍ୟାନ ଟ୍ରାୟଥଲନ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କୁ ୩.୮ କିଲୋମିଟର ସ୍ୱିମିଙ୍ଗ୍ ପ୍ରତିଯୋଗିତା, ୧୮୦.୨ କିମି ସାଇକିଲିଂ ପ୍ରତିଯୋଗିତା ଓ ୪୨.୨ କିମି ଦୌଡ ପ୍ରତିଯୋଗିତା ପୁରା କରିବାକୁ ପଡିଥାଏ। ପ୍ରତିଯୋଗୀଙ୍କୁ ଏହିସବୁ ପ୍ରତିଯୋଗିତା ୧୬ ରୁ ୧୭ ଘଣ୍ଟା ମଧ୍ୟରେ ପୁରା କରିବାକୁ ପଡିଥାଏ।

ବୁଧବାର ସକାଳେ ଆଇପିଏସ୍ ଅଧିକାରୀ କୃଷ୍ଣ ପ୍ରକାଶ ନିଜ ଟ୍ୱିଟର ଆକାଉଣ୍ଟରେ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ନିଜର କୀର୍ତ୍ତିମାନ ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ପିମ୍ପରି ଚିଞ୍ଚୱାଡ ପୋଲିସ କମିଶନର ଅଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ସେ ୩ଟି ଫଟୋ ସେୟାର କରିଛନ୍ତି।

ତାଙ୍କୁ ପ୍ରଥମ ସରକାରୀ କର୍ମଚାରୀ ଭାବେ ସିଭିଲ୍ ସର୍ଭିସ୍ ଏବଂ ୟୁନିଫର୍ମ ସର୍ଭିସ୍ ଅଫିସର ଆଇରନ୍ ମ୍ୟାନ୍ ଟ୍ରାୟଥଲନ୍ ପୁରା କରିଥିବା ସାର୍ଟିଫିକେଟ୍ ଦିଆଯାଇଛି।
ଟ୍ୱିଟ ମାଧ୍ୟମରେ ତାଙ୍କୁ ଅନେକ ହସ୍ତୀ ଶୁଭକାମନା ଜଣାଇଛନ୍ତି। ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।