ଆଇପିଏସ ଅଧିକାରୀ ନିଜ ବନ୍ଧୁକରୁ ସ୍ତ୍ରୀକୁ ଗୁଳିକରି ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

Published By : Prameya-News7 Bureau | March 23, 2019 IST

ମୁମ୍ବାଇ ୨୩/୩- ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଆଇପିଏସ ଅଫିସର ନିଜ ସ୍ତ୍ରୀକୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ଚାଂଚଲ୍ୟ ଖେଳାଇଦେଇଛି ।

ଶୁକ୍ରବାର ଦିନ କୌଣସି କାରଣରୁ ଆଇପିଏସ ଅଧିକାରୀ ଉତକ୍ଷିପ୍ତ ହୋଇପଡ଼ିଥିଲେ । ଫଳରେ ନିଜ ବନ୍ଧୁକରୁ ସ୍ତ୍ରୀ ଉପରକୁ ୩/୪ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି କରିବା ପରେ ଗୁରୁତର ହୋଇପଡ଼ିଥିଲେ ତାଙ୍କ ସ୍ତ୍ରୀ ।  ତା ପରେ ସେ ଘରେ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଗୁଳିର ଆଓ୍ଵାଜ ଶୁଣି ପଡ଼ୋଶୀ ଆସି ଦେଖିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ଆଇପିଏସ ଅଧିକାରୀଙ୍କ ସ୍ତ୍ରୀ ପଡ଼ିଥିଲେ ।

ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇଦେଇଛି । ଏହି ଘଟଣାରେ କାରଣ କଣ ଥାଇପାରେ ପୋଲିସ ଘଟଣାର କରୁଛି ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.