ଭୁବନେଶ୍ବର ଭଳି କଟକରେ ବି ହାରିଲେ ଆଇପିଏସ୍ ପ୍ରାର୍ଥୀ, ୨୦୧୪ ସ୍ଥିତି ରହିଲା ବଜାୟ

Published By : Prameya-News7 Bureau | May 24, 2019 IST

କଟକ ୨୪|୫: କଟକ ଜିଲ୍ଲାରେ ପୁଣି ପତିଆରା ଜାହିର କରିଛି ବିଜୁ ଜନତା ଦଳ । ଭୁବନେଶ୍ବର ଭଳି କଟକ ଲୋକସଭାରେ ମଧ୍ୟ ଆଇପିଏସଙ୍କ ହୋଇଛି ପରାଜୟ । ଭୁବନେଶ୍ବର ଲୋକସଭା ଆସନରେ ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକ ପରାଜିତ ହୋଇଥିବାବେଳେ କଟକ ଲୋକସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ପରାଜିତ ହୋଇଛନ୍ତି । ତେବେ୨୦୧୪ ଭଳି ସମାନ ସ୍ଥିତି ଏବଂ କଂଗ୍ରେସ ନେଇଛି ଗୋଟିଏ ବିଧାନସଭା ଆସନ । ତେବେ ଏଥର  ସମୀକରଣ ଓ ତଥ୍ୟ ବଦଳିଛି । ବିଜେପିର ଭୋଟ ହାର ବଢିଥିବା ବେଳେ, ଅନେକ ଆସନରେ କଂଗ୍ରେସ ଭୋଟ ୩ ନମ୍ବରକୁ ଖସିଛି । ଏହାସହ ୨୦୧୯ ଭୋଟହାରରୁ  ଆଗାମୀ ଦିନରେ  ଅଲଗା ଚିତ୍ରର ସମ୍ଭାବନାକୁ ଅଧିକ କରିଛି । 

{"id":115496}

କଟକ ଜିଲ୍ଲାରେ ୨୦୧୪ ର ଅନୁପାତ ବଳବତ୍ତର । ସାଂସଦ ପଦ ସହ ୮ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । କଂଗ୍ରେସ ଖାତାକୁ ଏଥର ସାଲେପୁର ବଦଳରେ ଯାଇଛି କଟକ ବାରବାଟୀ ବିଧାନସଭା ଆସନ । ସଂଖ୍ୟା ବିଜେଡି ସପକ୍ଷରେ ଯାଇଥିଲେ ବି ଭୋଟ ଫଳାଫଳ ପରବର୍ତ୍ତୀ ସମୀକ୍ଷାରୁ ବିଜେପି ବିଗ୍‌ ପ୍ଲେୟାର । କାରଣ ଗୋଟିଏ ବି ଆସନ ଜିତି ନଥିଲେ ବି ବିଜେପିର ଭୋଟ ବୃଦ୍ଧିହାର ପ୍ରତିପକ୍ଷଙ୍କ ତୁଳନାରେ  ଢେର ବେଶି । କଂଗ୍ରେସକୁ ହଟାଇ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଛିଡା ହୋଇଛି ଭାରତୀୟ ଜନତାପାର୍ଟି । ଏଥର ନିର୍ବାଚନରେ  ଆଉ ଏକ ବଡ଼ କଥା ହେଲା  କଟକ ବାରବାଟୀ ଆସନରେ  ତୃତୀୟ ଥର ପାଇଁ ଲଢୁଥିବା ବିଜେଡି ହେଭିୱେଟ୍‌ ଦେବାଶିଷ ସାମନ୍ତରାୟଙ୍କ ପରାଜୟ ।

{"id":115497}

କଟକରେ ଲୋକସଭା  ସଦସ୍ୟଙ୍କ ସହ ୫ ଜଣ ବିଧାୟକ ପୁନଃ ନିର୍ବାଚିତ ହୋଇଛନ୍ତି । ବିଜେଡି ଟିକେଟରେ ଭର୍ତ୍ତୁହରି ମହତାବ ଲଗାତର ଷଷ୍ଠ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ଏକ ରେକର୍ଡ । ସେହିଭଳି ଆଠଗଡ ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବଡମ୍ବା ବିଧାନସଭାରେ ଦେବୀପ୍ରସାଦ ମିଶ୍ର ବିଜୟୀ ହୋଇଛନ୍ତି । ବିଜୁ ଜନତା ଦଳର ଏହି ଦୁଇ ପରୁଖା ନେତା  ପ୍ରତ୍ୟେକ  ଷଷ୍ଠ ଥର ଲାଗି ନିର୍ବାଚିତ ହୋଇଛନ୍ତି । ସେହିପରି ମାହାଙ୍ଗା ଆସନରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚିତ ହୋଇ ଚତୁର୍ଥ ଥର ଲାଗି ବିଧାୟକ ହୋଇଛନ୍ତି ।ତେବେ ଲଗାତର ତୃତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି ନିଆଳିରକୁ ବିଜେଡି ନେତା ଡାକ୍ତର ପ୍ରମୋଦ ମଲ୍ଲିକ ଏବଂ କଟକ ସଦରରୁ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ।

{"id":115498}

ବିଜେଡି ବାଙ୍କି ଏବଂ ଚୌଦ୍ୱାର କଟକ ଆସନ ପୁଣି ଦଖଲ କରିଥିଲେ ବି ବଦଳିଛନ୍ତି ପ୍ରତିନିଧି । ଦୁଇ ବିଧାୟକ ଏହି ଆସନରେ ସେମାନଙ୍କ ପୁଅ ମାନଙ୍କୁ  ଉତ୍ତାରଧିକାରୀ ଭାବେ ବସାଇବାରେ ସମର୍ଥ ହୋଇଛନ୍ତି । ବାଙ୍କିରେ  ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀ, କଟକ-ଚୌଦ୍ୱାର ଆସନରେ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ବିଜେଡି ଟିକେଟରେ ବିଜୟୀ ହୋଇଛନ୍ତି । ସେହିପରି ସାଲେପୁର ଆସନରେ ବିଜେଡିର ବିଜୟୀ ପ୍ରାର୍ଥୀ ପ୍ରଶାନ୍ତ ବେହେରା ମଧ୍ୟ ଜଣେ ପୂର୍ବତନ ବିଧାୟକଙ୍କ ପୁଅ । ତେବେ ସେ ଦ୍ୱିତୀୟ ଥର ପଦାର୍ପଣରେ ହିଁ ସଫଳତା ପାଇଛନ୍ତି ।

{"id":115499}

କଟକ-ବାରବାଟୀ ଆସନରେ ଏଥର ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ । ସେ ଏହି ଆସନରେ ଲଗାତର ଦୁଇ ଥର ଜିତିଥିବା ତଥା ତିନି ଥରର ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ପରାଜିତ କରିଛନ୍ତି । ପ୍ରଶାନ୍ତଙ୍କ ଭଳି ମୋକିମ୍‌ ଏବଂ ସୌଭିକ , ଦେବୀ ରଂଜନ ପ୍ରଥମଥର ଲାଗି ବିଧାନସଭାକୁ  ପ୍ରବେଶ କରିବେ ।

{"id":115500}

ବିଜେତାଙ୍କ ସ୍ଥିତି ଓ ତାଲିକା ଅପେକ୍ଷା ସମୀକ୍ଷକଙ୍କ ଅଧିକ ନଜରରେ ବିଜେପିର ଫାଇଟ୍ । ଲୋକସଭା ନିର୍ବାଚନରେ ଭର୍ତ୍ତୁହରିଙ୍କୁ କଡା ଟକ୍କର ଦେଇଛନ୍ତି ବିଜେପି ପ୍ରାର୍ଥୀ  ପ୍ରକାଶ ମିଶ୍ର । ସେହିପରି କଟକ ସହରର ଦୁଇଟି ବିଧାନ ସଭା ଆସନ ,ସହ ଅନ୍ୟ ଆସନରେ ବିଜେପିର ଭୋଟ ହାର ବଢିଛି । ହାରି ବି କଡା ଟକ୍କର ଦେଇଛନ୍ତି ବିଜେପି ପ୍ରାର୍ଥୀ । କଟକ ଚୌଦ୍ୱାରରେ କଂଗ୍ରେସ ସଂଗଠନ ପୁରା ଭୁଶୁଡି ପଡିଛି । ଏସବୁ ସ୍ଥିତି ଏବଂ ଭୋଟ ହିସାବ ଯଦି ଜାରି ରୁହେ , ତେବେ ବିଜେପିର ସ୍ଥିତି କେବଳ ମଜବୁତ ହେବନି ଅଲଗା ଚିତ୍ର ରଖିବା ମଧ୍ୟ ନିଶ୍‌ଚିତ ।

{"id":115501}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.