Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଅପରାଧ, ଅପରାଧୀ ଓ ମାଫିଆଙ୍କୁ ଲାଗିବ ବ୍ରେକ୍: ଡିଆଇଜି ଆଶିଷ ସିଂ

22/08/2019 at 5:48 PM

କଟକ ୨୨|୮:  ଅପରାଧ, ଅପରାଧୀ ଓ ମାଫିଆଙ୍କୁ  ବ୍ରେକ୍ ଲାଗିବ । ନବନିଯୁକ୍ତ କେନ୍ଦ୍ରଞ୍ଚଳ ଡିଆଇଜି  ଆଶିଷ ସିଂ ଦାୟୀତ୍ବ ଗ୍ରହଣ କରିବା ଅବସରରେ  ଏପରି କଡା ଚେତାବନୀ ଦେଇଛନ୍ତି ।୨୦୦୪ ମସିହା ଆଇପିଏସ ଅଧିକାରୀ ଆଶିଷ ସିଂ ଅପରାଧୀଙ୍କୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି । ଆହୁରି ବି ସରକରାରଙ୍କ  ଫାଇଭ୍ ଟି କୁ ଗୁରୁତ୍ବ  ସହ  ପୋଲିସ ଓ ଜନସଧାରଣଙ୍କ  ମଧ୍ୟରେ ଦୂରତା ହ୍ରାସକୁ ପ୍ରାଧାନ୍ୟ  ଦେବାକୁତାଙ୍କ ଅଧିନସ୍ଥ ୭ ପୋଲିସ ଜିଲ୍ଲାର ଏସପି ଏବଂ  ପୋଲିସ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି ।

ଅପରାଧୀ , ମାଫିଆ  ସାବଧାନ । ଅପରାଧକୁ  ଦିଆଯିବନି ସାମାନ୍ୟତମ ପ୍ରଶ୍ରୟ  ।ନବନିଯୁକ୍ତ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଦାୟିତ୍ବ ଗ୍ରହଣ କରିବା ବେଳେ ଏପରି ସୂଚନା  ଦେଇଛନ୍ତି । କିଏ କୁହେ ଦବଙ୍ଗ ଅଫିସର ତ କିଏ କୁହେ ଏନକାଉଣ୍ଟର ସ୍ପେଶାଲିଷ୍ଟ । ଗଞାମ ଓ ବ୍ରହ୍ମପୁର ସମେତ ଏସଟିଏଫରେ ଥାଇ ମାଫିଆ ଙ୍କ କାଳ ସାଜିଥିବା  ୨୦୦୪ ବ୍ୟାଚ୍ ଆଇପିଅସି ଆଶିଷ ସିଂ  ଏବେ ୭ ଜିଲ୍ଲା ପୋଲିସର ମୂଖିଆ ଭାବେ କଟକ ସ୍ଥିତ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ।ନୂଆଦାୟିତ୍ବରେ  ଏବେ ସେ ନୟାଗଡ, ପୁରୀ, କେନ୍ଦ୍ରାପଡା, ଜଗତସିହଂପୁର ଜିଲ୍ଲାର ଅପରାଧୀଙ୍କୁ ସାବାଡ କରିବା ସହ ଅପରାଧ କୁ ରୋକ୍ ଲଗେଇବାକୁ ପ୍ରାଥମିକତା ଦେଇଛନ୍ତି  । ତା ସହ ୫ଟି କୁ ଗୁରୁତ୍ୱ  ଦେଇ ଲୋକାଭିମୂଖୀ ହୋଇ କାର୍ଯ୍ୟ କରିବାକୁ ସବୁ ପୋଲିସ ଅଧିକାରୀ ଙ୍କୁ ପରାମର୍ଶ କେନ୍ଦ୍ରାଞ୍ଚଳ ଡିଆଇଜି ଦେଇଛନ୍ତି ।

କୋରାପୁଟ,ମାଲକାନାଗିର,ବ୍ରହ୍ମପୁର,ଗଞାମ,ପୁରୀ ସମେତେ ଏସଟିଏଫରେ ସଫଳତାର ସହ ଆଶିଷ ସିଂ କାର୍ଯ୍ୟକରିଛନ୍ତି ।    ବ୍ରହ୍ମପୁର ଓ ଗଞାମରେ ୬୦ ଟି ଏନକାଉଣ୍ଟର କରି ଦବଙ୍ଗ ଅପିସର ଭାବେ ସମସ୍ତ ଙ୍କ ପାଖରେ ଆଶିଷ ସିଂ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବର୍ତ୍ତମାନ ଉପକୁଳ ଓଡିଶାରେ ଅପରାଧୀ ଙ୍କୁ ରୋକ ଦେବା ସହ ପୁରୀରେ ଚାଲୁଥିବା ସରକାରଙ୍କ ଉନ୍ନୟନ୍ନ ମୁଳକ କାର୍ଯ୍ୟକୁ ବିନା ବିଶୃଙ୍ଖଳାରେ ଆଗେଇବାରେ ସହଯୋଗ  କରିବା ତାଙ୍କର ମୂଖ୍ୟ ଲକ୍ଷ୍ୟ ରଖିଛନ୍ତି ଡିଆଇଜି ଆଶିଷ ସିଂ । ଏହା ସହ  ପ୍ରଭୁ ଜଗନ୍ନାଥ ଙ୍କ ସେବା କରିବାକୁ ପୁଣି ସୁଯୋଗ ମିଳିଥିବାରୁ  ଏହାକୁ ନିଷ୍ଠାର ସହ  ପାଳନ କରିବେ ବୋଲି କହିଛନ୍ତି ।

କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଅଧିନରେ ପୁରୀ, ନାୟାଗଡ, ଖୋର୍ଦ୍ଦା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ପୋଲିସ ଜିଲ୍ଲା ଆସୁଛି । ତେବେ ଗୁରୁବାର କଟକରେ ଦାୟିତ୍ବ ଗ୍ରହଣ କରିବା ପରେ ବିଭିନ୍ନ୍ ଜିଲ୍ଲା ଯାଇ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିବେ ବୋଲି ଡିଆଇଜି ଆଶିଷ ସିଂ କହିଛନ୍ତି ।

   Related Posts