ସ୍ନେହ-ସମ୍ମାନକୁ ପ୍ରଭାବିତ କରୁଛି ସମ୍ପତ୍ତି : ବୃଦ୍ଧ ବାପା-ମାଆଙ୍କୁ ହତାଦର ନେଇ ସାବଧାନ କଲେ ଆଇପିଏସ ଅରୁଣ ବୋଥ୍ରା, ଆଇନ ନେଇ ବରିଷ୍ଠ ନାଗରିକଙ୍କୁ କଲେ ସଚେତନ

Published By : Prameya-News7 Bureau | August 25, 2020 IST

ଭୁବନେଶ୍ୱର, ୨୫|୦୮: ସନ୍ତାନମାନଙ୍କୁ ଯେତେ ଭଲ ପାଇଲେ ମଧ୍ୟ କେବେବି ଆର୍ଥିକ ସ୍ୱାଧିନତା ଦିଅନ୍ତୁ ନାହିଁ । ଟଙ୍କା ପଇସା ନିଜ ଅଧିନରେ ରଖନ୍ତୁ । ଥରେ ସମ୍ପତ୍ତି ଚାଲିଗଲେ କେହି ପଚାରନ୍ତି ନାହିଁ । ହଜାରରୁ ଅଧିକ ଏପରି ଉଦାହରଣ ରହିଛି । ସମ୍ପତ୍ତିକୁ ନିଜ ଅଧିନରେ ରଖିବା ଜରୁରୀ ବୋଲି ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ଆଇପିଏସ ଅରୁଣ ବୋଥ୍ରା ।

ଦିନକୁ ଦିନ ବୃଦ୍ଧ ପିତାମାତାଙ୍କ ପ୍ରତି ଅତ୍ୟାଚାର ଘଟଣା ବଢିବାରେ ଲାଗିଛି । ନିଜ ସନ୍ତାନ ପାଇଁ ସବୁକିଛି ଉତ୍ସର୍ଗ କରିଥିବା ବାପା ଓ ମାଆ ଜୀବନର ସାୟାହ୍ନରେ ଅନେକ ସମୟରେ ସନ୍ତାନ-ସନ୍ତତିଙ୍କ ଅତ୍ୟାଚାରର ସମ୍ମୁଖୀନ ହୁଅନ୍ତି । ଏପରିକି ସେମାନେ ବୃଦ୍ଧାଶ୍ରମ ବା ଜରାଶ୍ରମକୁ ଯିବାକୁ ବାଧ୍ୟ ହୁଅନ୍ତି । କାରଣ ସେମାନେ ସେମାନଙ୍କର ସମସ୍ତ ସମ୍ପତ୍ତି ପୁଅ ଝିଅଙ୍କ ନାଁରେ କରିଦେଇଥାନ୍ତି । ତେଣୁ ବାଧ୍ୟ ହୋଇ ଶେଷ ଜୀବନ ଜରାଶ୍ରମରେ କଟିଥାଏ । ଏହାକୁ ନଜରରେ ରଖି ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ଆଇପିଏସ ଅରୁଣ ବୋଥ୍ରା ।ଵରିଷ୍ଠ ନାଗରିକ ଓ ପିତାମାତା ଦେଖାରଖା ଆଇନ ଆଧାରରେ କିପରି ନିଜର ପରିଣତ ଵୟସରେ ପୁଅଝିଅ ଦାୟିତ୍ୱ ନନେଲେ ନିଜର ଆର୍ଥିକ ସ୍ବତନ୍ତ୍ରତା ଵଜାୟ ରଖି ଭଲରେ ଚଳିପାରିବେ ସେନେଇ ଟ୍ୱିଟ୍ କରିଛନ୍ତି ।

wp:html /wp:html

ଅରୁଣ ବୋଥ୍ରା କହିଛନ୍ତି ଯେ, ସନ୍ତାନମାନଙ୍କୁ ଯେତେ ଭଲ ପାଇଲେ ମଧ୍ୟ କେବେବି ନିଜ ଆର୍ଥିକ ସ୍ୱାଧିନତା ସେମାନଙ୍କ ହାତରେ ଦିଅନ୍ତୁ ନାହିଁ । ଟଙ୍କା ପଇସା ନିଜ ଅଧିନରେ ରଖନ୍ତୁ । ସମ୍ପତ୍ତି ମଧ୍ୟ ନିଜ ଅଧିନରେ ରଖିବା ଜରୁରୀ ।କାରଣ ଟଙ୍କା ଓ ସମ୍ପତ୍ତି ଲୋଭ ସମ୍ପର୍କରେ ଅଡୁଆ ହେବାର ଅନେକ ନଜିର ରହିଛି । ବରିଷ୍ଠ ପୋଲିସ ଅଫିସର ନିଜ କଥା ସପକ୍ଷରେ ଯୁକ୍ତବାଢି କହିଛନ୍ତି,  ହଜାରରୁ ଅଧିକ ଏମିତି ଉଦାହରଣ ରହିଛି ଯେତେବେଳେ ଯାଏଁ ବାପା-ମାଆଙ୍କ ପାଖରେ ସମ୍ପତ୍ତି ଓ ଟଙ୍କା ରହିଛି ସେତେଦିନ ପର୍ଯ୍ୟନ୍ତ ସନ୍ତାନ ଓ ପରିବାର ଲୋକେ ଭଲ ପାଆନ୍ତି ଏବଂ ସମ୍ମାନ ଦିଅନ୍ତି । କିନ୍ତୁ ହାତରୁ ସମ୍ପତ୍ତି ଚାଲିଗଲେ କେହି ପଚାରନ୍ତି ନାହିଁ । ଯଦି କେହି ସମ୍ପତ୍ତି କାହାକୁ ଦେବାକୁ ଚାହାଁନ୍ତି ତେବେ ଏହା ମଧ୍ୟ ଉଲ୍ଲେଖ କରନ୍ତୁ ଯେ ସମ୍ପତ୍ତି ଦେବା ପରେ ଆପଣଙ୍କର ଦେଖାରଖା କିପରି ହୋଇପାରିବ । ଯଦି ଏପରି ନହୁଏ ତେବେ ସମ୍ପତ୍ତି ପାଇଁ ହୋଇଥିବା ଲିଜ୍ କ୍ୟାନସଲ୍ ବା ନାକଚ ହେବ ବୋଲି ଓ୍ୱିଲ ପେପରରେ ଉଲ୍ଲେଖ କରନ୍ତୁ । ଆଇନରେ ମଧ୍ୟ ଏପରି ବ୍ୟବସ୍ଥା ରହିଛି । ମେଣ୍ଟାନାନ୍ସ ଆଣ୍ଡ ଓ୍ୱେଲଫେୟାର ଅଫ୍ ପ୍ୟାରେଣ୍ଟସ୍ ଆଣ୍ଡ୍ ସିନିୟର ସିଟିଜେନ୍ ଆକ୍ଟ ୨୦୦୭ରେ ଯଦି କେହି ସନ୍ତାନ ନିଜ ବାପା ମାଆଙ୍କୁ ନପଚାରନ୍ତି ତେବେ ଏହି ଚୁକ୍ତି ବା ଓ୍ୱିଲ୍ ଆପେଆପେ ବାତିଲ ହୋଇଯିବ । ସମ୍ପତ୍ତି ପୁଣି ବାପା-ମାଆଙ୍କ ପାଖକୁ ଫେରି ଆସିବ । ଏହା ସମସ୍ତ ବରିଷ୍ଠ ନାଗରିକଙ୍କ କାମରେ ଆସିବ । ସମସ୍ତେ ନିଜ ବାପା ମାଆ ଓ ଘର ପାଖରେ ମଧ୍ୟ ଥିବା ଅନ୍ୟ ବୃଦ୍ଧବୃଦ୍ଧାଙ୍କ ଯତ୍ନ ନେବେ ବୋଲି ଅରୁଣ ବୋଥ୍ରା ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.