ଆସନ୍ତା କାଲି ସୁଦ୍ଧା ଭୁବନେଶ୍ବର ସହରାଞ୍ଚଳରେ ସମସ୍ତଙ୍କୁ ବିଦ୍ୟୁତ ଦେବା ଲକ୍ଷ୍ୟ, ୧୫ ସୁଦ୍ଧା ପୁରୀ ଓ କୋଣାର୍କ ପାଇଁ ଟାର୍ଗେଟ: ୧୩ ତାରିଖ ଠାରୁ ସମସ୍ତ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 11, 2019 IST

ଭୁବନେଶ୍ବର୧୧|୫: ଫନି କ୍ଷତି ନେଇ ସୂଚନା ଓ ଲୋକ ସମ୍ପର୍କ ସଚିବ ସୂଚନା ଦେଇଛନ୍ତି । ଜଂଗଲ ବିଭାଗର କେବଳ ଅଭୟାରଣ୍ୟ ଓ ଜଂଗଲରେ ମୋଟ ୯ ଲକ୍ଷ ଗଛ ନଷ୍ଟ ହୋଇଛି । ଏହାର ମୂଲ୍ୟ ୨୭୦ କୋଟି ବୋଲି ଆକଳନ କରାଯାଉଛି । ଏହା ବାଦ ୫ ଲକ୍ଷ ବୃକ୍ଷ ନଷ୍ଟ ହୋଇଥିବାବେଳେ ଏହାର ମୂଲ୍ୟ ୧୫୦ କୋଟି ହେବ ।ସେହିଭଳି ୮ ଲକ୍ଷ ଚାରା ନଷ୍ଟ ହୋଇଯାଇଛି । ଏହି କ୍ଷତିର ମୂଲ୍ୟ  ୩୯. ୫୦ କୋଟି ବୋଲି ବିଭାଗ ଆକଳନ କରିଛି । ଜଂଗଲ ବିଭାଗର ଆନୁସଂଗିକ ଭିତ୍ତିଭୂମି କ୍ଷତି ୭୮ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଜଂଗଲ ବିଭାଗର କ୍ଷତି ସମୁଦାୟ ୫୩୭ କୋଟି । ପ୍ରାଣୀଉଦ୍ୟାନ ନନ୍ଦନକାନନ ଆସନ୍ତା ୨୧ ତାରିଖରେ  ଖୋଲିବ ।ତେବେ ଜୟଦେବ ବାଟିକା ଆସନ୍ତା କାଲି ଖୋଲିବ ଏବଂ ଏକାମ୍ର କାନନ ଖୋଲା ଅଛି ବୋଲି ଲୋକ ସମ୍ପର୍କ ସଚିବ ସୂଚନା ଦେଇଛନ୍ତି  ।

ହସ୍ତତନ୍ତ ଓ ହସ୍ତକଳା ବ୍ୟାପକ କ୍ଷତି ହୋଇଛି । ପୁରୀର ରଘୁରାଜପୁରରେ ବହୁତ କ୍ଷତି ହୋଇଛି । କଳାଭୂମି ନଷ୍ଟ । ମୋଟ କ୍ଷତିର ପରିମାଣ ୬୫ କୋଟି । ୩୪ ସଂଘ, ୭୧ ହଜାର କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ଆନୁସଂଗିକ ବ୍ୟବସ୍ଥା ବହୁତ କ୍ଷତି ହୋଇଛି ।ଫନି ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲା, ଗୋଟିଏ କଟକ , ଅନ୍ୟଟି ଖୋର୍ଦ୍ଧାରେ ।

ବିଦ୍ୟୁତ୍ କ୍ଷେତ୍ରରେ କଟକ - ସିଡିଡି ୧ରେ ୫୧ ଟି ୧୧କେଭି ଫିଡର ଚାଲୁଛି । ପ୍ରାୟ ୮୫ ପ୍ରତିଶତ ଉପଭୋକ୍ତା ସେବା ପାଉଛନ୍ତି । ସିଡିଡି ୨ରେ ୪୪ଟି ଫିଡରରୁ ୨୩ଟି କାମ କରୁଛି । ୭୦ ହଜାରରୁ  ୪୩ ହଜାର ଉପଭୋକ୍ତା ସେବା ପାଉଛନ୍ତି । ସିଇଡି ଅଂଚଳରେ ମୁଖ୍ୟତଃ ୪୮ଟି ଫିଡରରୁ  ୧୬ଟି ଚାଲୁ ଅଛି । କଟକ ଟାଉନରେ ୧୨ ତାରିଖ ସୁଦ୍ଧା ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଦେବା ପାଇଁ ଲକ୍ଷ୍ୟ ରଖା ଯାଇଛି । ଭୁବନେଶ୍ବର - ବିସିଡିଡି  ୧ରେ ୯୦ ପ୍ରତିଶତ ଉପଭୋକ୍ତା ସେବା ପାଇଲେଣି । ବିସିଡିଡି ୨ରେ ୯୫ ପ୍ରତିଶତ ସେବା ପାଉଛନ୍ତି । ବାରଂଗ ଓ କାନନବିହାରରେ ସମସ୍ୟା ଅଛି । କାମ ଚାଲୁଛି । ୭୦ ପ୍ରତିଶତ ସେବା ଚାଲୁ ହେଲାଣି । ୧୨ ସୁଦ୍ଧା ଭୁବନେଶ୍ବରର ସମସ୍ତ  ସହରାଚଂଳରେ ବିଦ୍ୟୁତ ମିଳିବା ନେଇ ଆଶା ଅଛି । ପୁରୀ, କୋଣାର୍କରେ ୧୫ ତାରିଖରୁ ସେବା ଆଶା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ପୁରୀ ଓ ଖୋର୍ଦ୍ଦା ଜିଲ୍ଲାରେ ।୧୩ ତାରିଖ ଠାରୁ ସମସ୍ତ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ।

ପାନୀୟ ଜଳ ପାଇଁ ୩ ଶହ ହେବି ଡ୍ୟୁଟି ପମ୍ପ ବିଭିନ୍ନ ଅଂଚଳରେ ଚାଲୁ ଅଛି । ୧୦ଟି  ମୋବାଇଲ ଟ୍ରିଟମେଣ୍ଟ ପ୍ଲାଣ୍ଟ ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧାରେ ଲଗା ସରିଛି ବୋଲି ଲୋକ ସମ୍ପର୍କ ସଚିବ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.