Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

IPL2020: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ, ୩ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି ଦିଲ୍ଲୀ କ୍ୟାପିଟାଲ୍ସ

31/10/2020 at 3:13 PM

ଦୁବାଇ ୩୧।୧୦: ଦୁବାଇରେ ଆଜି ଖେଳାଯାଉଥିବା ଆଇପିଏଲର ୫୧ତମ ମ୍ୟାଚ୍‌ର ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଟସ୍‌  ଜିତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କିରଣ ପୋଲାର୍ଡ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଜିତି ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦିଲ୍ଲୀ ମ୍ୟାଚ୍ ଜିତି ପ୍ଲେଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ମୁମ୍ବାଇ ଦଳ ଆଜି ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ପାଟ୍ କମିନ୍ସ ବାଦ୍‌ ପଡିଛନ୍ତି। ଉଭୟଙ୍କ ସ୍ଥାନରେ ନାଥନ କୁଲଟର ନାଇଲ୍ ଓ ଜୟନ୍ତ ଯାଦବଙ୍କୁ ସୁଯୋଗ ଦିଆଯାଇଛି। ସେହି ପରି ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ ତିନୋଟି ପରିବର୍ତ୍ତନ ହୋଇଛି। ପ୍ରବୀଣ ଦୁବେ ଆଜି ଆଇପିଏଲରେ ପଦାର୍ପଣ କରୁଛନ୍ତି। ଆହତ ପୃଥ୍ଵୀ ସ ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି।

ଗତ ୩ଟି ମ୍ୟାଚ୍ ହାରି ଦିଲ୍ଲୀ ପ୍ଲେଅଫ ପାଇଁ ସଂଘର୍ଷ କରୁଛି। ଏହି ମ୍ୟାଚ୍‌ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ୧୨ଟି ମ୍ୟାଚ୍‌ରୁ ୮ଟି ବିଜୟ ଏବଂ ୧୬ ପଏଣ୍ଟ ସହ ପ୍ଲେଅଫରେ ପ୍ରବେଶ କରି ସାରିଛି। ତଥାପି ଦଳ ଶୀର୍ଷରେ ନିଜର ସ୍ଥାନ ସୁଦୃଢ କରିବାକୁ ଚାହିଁବ। ଦିଲ୍ଲୀ କ୍ୟାପିଟାଲ୍ସ ୧୨ଟି ମ୍ୟାଚ୍‌ରୁ ୭ ବିଜୟ ଏବଂ ୧୪ ପଏଣ୍ଟ ସହ ତୃତୀୟରେ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ

ପୃଥ୍ଵୀ ସ, ଶିଖର ଧାଓ୍ଵନ, ଶ୍ରେୟସ ଆୟର(ଅଧିନାୟକ), ଋଷଭ ପନ୍ତ(ଓ୍ଵିକେଟ୍ ରକ୍ଷକ), ସିମରନ ହେଟମାୟର, ମାର୍କସ ଷ୍ଟୋଇନିସ୍, ହର୍ଷଲ ପଟେଲ, ପ୍ରବୀଣ ଦୁବେ, କାଗିସୋ ରାବଡା, ରବିଚନ୍ଦ୍ରନ ଅଶ୍ଵିନ, ଅନରିଚ୍ ନୋର୍ତ୍ତଜେ।

ମୁମ୍ବାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକ୍‌(ଓ୍ଵିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ଵାରୀ, କୃଣାଲ ପାଣ୍ଡ୍ୟା, କିରଣ ପୋଲାର୍ଡ(ଅଧିନାୟକ), ଜୟନ୍ତ ଯାଦବ, ନାଥନ କୁଲଟର ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

   Related Posts