Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଦର୍ଶକ ହାରରେ ରେକର୍ଡ ଭାଙ୍ଗିବ IPLର ତ୍ରୟୋଦଶ ସଂସ୍କରଣ: ବ୍ରଜେଶ ପଟେଲ

19/09/2020 at 5:39 PM

ଦୁବାଇ ୧୯।୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ତ୍ରୟୋଦଶ ସଂସ୍କରଣ ଶନିବାର ୟୁନାଇଟେଡ୍ ଆରବ ଏମିରେଟସ(ୟୁଏଇ)ରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ୍‌ ଗତ ସଂସ୍କରଣର ଚାମ୍ପିୟନ ଓ ରନର୍ସଅପଙ୍କ ମଧ୍ୟରେ ଖେଳାଯିବ। କୋଭିଡ-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଇପିଏଲର ଚଳିତ ସଂସ୍କରଣ ଦର୍ଶକ ହାରରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି କହିଛନ୍ତି ଆଇପିଏଲ ଚେୟାରମ୍ୟାନ୍‌ ବ୍ରଜେଶ ପଟେଲ।

କୋଭିଡ-୧୯ ମହାମାରୀ କାରଣରୁ ଆଇପିଏଲ ଭାରତରୁ ୟୁଏଇକୁ ସ୍ଥାନାନ୍ତରଣ ହୋଇଛି। ତଥାପି ଷ୍ଟାଡିୟମକୁ ଜଣେ ବି ଦର୍ଶକକୁ ଅନୁମତି ମିଳିବ ନାହିଁ। ଏଥିଲାଗି ଚଳିତ ଆଇପିଏଲର ଟିକେଟ୍ ମଧ୍ୟ ବିକ୍ରି ହେଉନି। ଏହା ସତ୍ତ୍ୱେ ଗତ ସମସ୍ତ ସଂସ୍କରଣରୁ ଚଳିତ ସଂସ୍କରଣକୁ ସର୍ବାଧିକ ଦର୍ଶକ ମିଳିବେ ବୋଲି ପଟେଲ କହିଛନ୍ତି। ସେ କହିଛନ୍ତି ଯେ ଏତେ ବାଧା ସତ୍ତ୍ୱେ ବି ଆଇପିଏଲର ଆୟୋଜନ ହେଉଛି ତାହା ହିଁ ସମସ୍ତଙ୍କ ଲାଗି ବଡ କଥା। ଏଥିଲାଗି ଉଭୟ କ୍ରିକେଟ୍‌ ପ୍ରେମୀ ଓ ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି।

ଆଇପିଏଲ ଏକ ଦୀର୍ଘ ଟୁର୍ଣ୍ଣାମେଣ୍ଟ,  ଏହାତ ଏବେ ଆରମ୍ଭ ମାତ୍ର। ଟୁର୍ଣ୍ଣାମେଣ୍ଟ ଯେତିକି ଆଗକୁ ଆଗକୁ ଯିବ ଏହା ଫ୍ୟାନସ୍‌ଙ୍କ ମଧ୍ୟରେ ସେତିକି ଲୋକପ୍ରିୟ ହେବାରେ ଲାଗିବ। ଏବେ ଅଧିକାଂଶ ଫ୍ୟାନସ୍ ଲାଇଭ ଖେଳ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି, ଏଥିଯୋଗୁ ମୋତେ ଲାଗୁଛି ଚଳିତ ସଂସ୍କରଣକୁ ସର୍ବାଧିକ ଦର୍ଶକେ ଦେଖିବେ ବୋଲି ପଟେଲ କହିଛନ୍ତି। ୟୁଏଇରେ ଆଇପିଏଲ ଆୟୋଜନ ଲାଗି ପଟେଲ ବିସିସିଆଇ, ଭାରତ ସରକାର ଓ ଆଇପିଏଲ ଅଧିକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। କାରଣ କରୋନା ଭାଇରସ ମହାମାରୀକୁ ବିଶ୍ୱର କୌଣସି ଦେଶ କାବୁ କରିପାରିନାହାନ୍ତି। ଏହା ନିୟନ୍ତ୍ରିତ ହେବା ଭଳି ଭୂତାଣୁ ନୁହେଁ। ହେଲେ ୟୁଏଇରେ ଏହାର ପ୍ରକୋପ ସାମାନ୍ୟ କମ୍‌ ରହିଛି। ଏଣୁ ଏଠାରେ ଆମେ ଆଇପିଏଲ ଆୟୋଜନ କରୁଥିବାରୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛୁ ବୋଲି ପଟେଲ କହିଛନ୍ତି।

ୟୁଏଇର ୩ଟି ସ୍ଥାନ ଦୁବାଇ, ଆବୁଧାବୀ ଓ ଶାରଜାହରେ ଆଇପିଏଲ ଅନୁଷ୍ଠିତ ହେବ।  ଏଥିରୁ ଦୁବାଇରେ ସର୍ବାଧିକ ୨୪ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଆବୁଧାବୀରେ ୨୦ ଓ ଶାରଜାହରେ ୧୨ଟି ମ୍ୟାଚ୍‌ ଖେଳାଯିବ। ଚଳିତ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଶନିବାର ଆବୁଧାବୀ ଶେଖ ଜାୟଦ ଷ୍ଟାଡିୟମରେ ଖାଳାଯିବ। ଏଥିରେ ୨୦୧୯ ସଂସ୍କରଣର ଟାଇଟଲ ମ୍ୟାଚ୍‌ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାଁମୁହିଁ ହେବେ।   

   Related Posts