ଦେଶ ବାହାରେ ଖେଳାଯିବ ଆଇପିଏଲ ! ଶ୍ରୀଲଙ୍କା କିମ୍ବା ୟୁଏଇରେ ହୋଇପାରେ ଆୟୋଜନ

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ, ୦୨|୦୭:   ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ୧୩ତମ ସଂସ୍କରଣ ଭାରତ ବାହାରେ ଖେଳାଇଯିବ ବୋଲି କୁହାଯାଉଛି । ୟୁଏଇ କିମ୍ବା ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରେ । ଏହାକୁ ନେଇ ଅତିଶୀଘ୍ର ଚୁଡାନ୍ତ ନିଷ୍ପତ୍ତି ନିଆଯିବ । କାରଣ ବିସିସିଆଇ ଏବେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ନିଷ୍ପତ୍ତିକୁ ଅପେକ୍ଷା କରିଛି ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଲିଗ୍‌କୁ ଭାରତରେ ଆୟୋଜିତ କରିବା ନେଇ ଚିନ୍ତା କରାଯାଉଥିଲା । କିନ୍ତୁ କରୋନା ପାଇଁ ଏହାକୁ ଦେଶ ବାହାରେ ଅର୍ଥାତ ଶ୍ରୀଲଙ୍କା କିମ୍ବା ୟୁଏଇରେ ଆୟୋଜିତ କରାଯାଇପାରେ । କାରଣ ଆଉ କିଛି ରାସ୍ତା ନାହିଁ । ଦେଶରେ ଏବେ ଦର୍ଶକଙ୍କୁ ଷ୍ଟାଡିୟମ ମନା ହୋଇଛି । ବିସିସିଆଇ ବିନା ଦର୍ଶକରେ ମ୍ୟାଚ ଆୟୋଜନ ନେଇ ମଧ୍ୟ ବିଚାର କରୁଛି ।

ସେ ଆହୁରି କହିଛନ୍ତି ଯେ, ଶ୍ରୀଲଙ୍କା କିମ୍ବା ୟୁଏଇରେ ଆଇପିଏଲର ଆୟୋଜନ ନେଇ ଅଧିକ ସମ୍ଭାବନା ରହିଛି । ଏହାକୁ ନେଇ ନିଷ୍ପତ୍ତି ନିଆଯିବ । କରୋନା ସ୍ଥିତିକୁ ମଧ୍ୟ ବିଚାର କରାଯିବ । ଏନେଇ ଅତିଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

wp:core-embed/wordpress {"url":"http://www.prameyanews7.com/saurabh-ganguly-in-icc-chairmen-race/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/saurabh-ganguly-in-icc-chairmen-race/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.