ନୂଆଦିଲ୍ଲୀ, ୧୬|୧୦ : ଆଇପିଏଲ ୨୦୨୧ ଶେଷ ହୋଇଛି । ଚଳିତ ଥର ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଦଳ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାସଲ କରିଛି ।
ସୁପର ମୁକାବିଲାରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା । ଜବାବରେ କେକେଆର ୨୭ ରନ ପଛରେ ରହି ପରାସ୍ତ ହୋଇଥିଲା । ଚଳିତ ଆଇପିଏଲରେ ଅନେକ ଯୁବ ଖେଳାଳି ସେମାନଙ୍କ ପ୍ରତିଭା ଦେଖାଇଛନ୍ତି । ଏହାସହ ଭାରତୀୟ ଦଳର ଭବିଷ୍ୟତ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଋତୁରାଜ ଗାଏକଓ୍ୱାଡଙ୍କ ପାଇଁ ଚଳିତ ସିଜିନ ସଫଳ ସାବ୍ୟସ୍ତ ହୋଇଛି ।
ସେହିପରି ପୁରସ୍କାରରେ ପୋତି ହୋଇଛନ୍ତି ଟିମ୍ ଓ ଖେଳାଳି । ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କୁ ୧୪ କୋଟି ୨୫ ଲକ୍ଷରେ କିଁଣିଥିଲେ ଆରସିବି । ସେ ଚଳିତ ସିଜିନରେ ୫୧୩ ରନ୍ କରଥିଲେ । ସେହିପରି ତାଙ୍କର ଷ୍ଟ୍ରାଇକ ରେଟ୍ ଥିଲା ୧୪୪.୧୦ ।
ପୁରସ୍କାର ତାଲିକା-
ବିଜେତା- ଚେନ୍ନାଇ ସୁପର କିଙ୍ଗସ
ରନର୍ସ ଅଫ- କୋଲକାତା ନାଇଟ ରାଇଡର୍ସ
ଫେୟାର ପ୍ଲେ ଆଓ୍ୱାର୍ଡ- ରାଜସ୍ଥାନ ରୟାଲ୍ସ
ଅରେଞ୍ଜ କ୍ୟାପ୍-ଋତୁରାଜ ଗାଏକ୍ୱାଡ
ପର୍ପଲ କ୍ୟାପ- ହର୍ଷଲ ପଟେଲ
ଏମର୍ଜିଂ ପ୍ଲେୟାର-ଢତୁରାଜ ଗାଏକଓ୍ୱାଡ
ଗେମ ଚେଞ୍ଜର-ହର୍ଷଲ ପଟେଲ
ସୁପର ଷ୍ଟ୍ରାଇକର- ସିମରନ୍ ହେଟମାୟର
{"id":528062,"sizeSlug":"full","linkDestination":"none"}ଅଧିକ ଛକା ମାରିଥିବା ଖେଳାଳି- କେଏଲ ରାହୁଲ
{"id":528063,"sizeSlug":"full","linkDestination":"none"}ପାଓ୍ୱାର ପ୍ଲେୟାର- ଭେଙ୍କଟେଶ ଆୟାର
{"id":528064,"sizeSlug":"full","linkDestination":"none"}ପରଫେକ୍ଟ କ୍ୟାଚ୍- ରବି ବିଷ୍ଣୋଇ
{"id":528065,"sizeSlug":"full","linkDestination":"none"}