କରୋନା ଡର: ବିନା ଦର୍ଶକରେ ହେବ ଆଇପିଏଲ୍ ୨୦୨୧

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪।୦୪: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। କରୋନାର ଦ୍ଵିତୀୟ ଲହର ଏବଂ ଏହାର ପ୍ରକୋପକୁ ଦୃଷ୍ଟିରେ ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବ। ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ରବିବାର ଏହାର ସୂଚନା ଦେଇଛନ୍ତି। ୬ଟି ଷ୍ଟାଡିୟମରେ ଆଇପିଏଲର ୧୪ତମ ସଂସ୍କରଣ  ଆୟୋଜନ ହେବ। ଖେଳାଳି, ଆୟୋଜକ ସଦସ୍ୟ, ସପୋର୍ଟ ଷ୍ଟାଫ ସମସ୍ତଙ୍କୁ କଡା ଜୈବ ନିରାପତ୍ତା ବଳୟରେ ରଖାଯାଇଛି। ସଫଳ ଆୟୋଜନ ପାଇଁ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିବା କହିଛନ୍ତି ରାଜୀବ ଶୁକ୍ଳା।

ସେ ଆହୁରି କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ସହ ବିସିସିଆଇ ସମ୍ପର୍କ ଜାରି ରଖିଛି। ବିସିସିଆଇ ଖେଳାଳିଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା କରୁଥିବା ରାଜୀବ କହିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ଖେଳାଳିଙ୍କଠୁ ନେଇ ସର୍ପୋଟ୍ ଷ୍ଟାଫ ଏବଂ ଗ୍ରାଉଣ୍ଡ୍ସ ମ୍ୟାନ୍‌ ମୋଟ୍ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଖାସ୍ କରି ମୁମ୍ବାଇର ଓ୍ଵାଙ୍ଖେଡା ଷ୍ଟାଡିୟମର ୧୦ ଗ୍ରାଉଣ୍ଡ୍ସ ମ୍ୟାନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ଏହି ପଡିଆରେ ଆଇପିଏଲ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ପ୍ରକୋପ ଯେମିତି ବଢିବାରେ ଲାଗିଛି ତାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ଓ ଇନ୍ଦୋର ଷ୍ଟାଡିୟମକୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିଆଇ ବିନା ଦର୍ଶକରେ ଚଳିତ ଆଇପିଏଲ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷ କରୋନା ମହାମାରୀ କାରଣରୁ ଆଇପିଏଲର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜିତ ହୋଇଥିଲା। ବିନା ଦର୍ଶକରେ ସଫଳତାର ସହ ବିଶ୍ଵର ଏହି ବଡ କ୍ରିକେଟ୍ ଲିଗ୍ ସଂପନ୍ନ ହୋଇଥିଲା। ଭାରତରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ୬ଟି ଷ୍ଟାଡିୟମରେ ଜୈବ ନିରାପତ୍ତା ବଳୟ ତିଆରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.