Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାବା ରାମଦେବଙ୍କ ପତଞ୍ଜଳୀ ପରେ ଏବେ ଆଇପିଏଲ ଟାଇଟଲ ପ୍ରାୟୋଜକ ଦୌଡରେ ଟାଟା

15/08/2020 at 5:37 PM

ନୂଆଦିଲ୍ଲୀ ୧୫।୦୮: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପ୍ରାୟୋଜକ ହାସଲ କରିବା ଦୌଡରେ ରାମଦେବଙ୍କ ପତଞ୍ଜଳୀ ପରେ ଦେଶର ବଡ କମ୍ପାନୀ ଟାଟା ଗ୍ରୁପ ମଧ୍ୟ ସାମିଲ ହୋଇଛି। ଟାଟା ସମୂହ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ ଟାଇଟଲ୍ ପ୍ରାୟୋଜକ ଅଧିକାର ହାସଲ ପାଇଁ ଇଚ୍ଛା ପ୍ରକାଶ କରିଛି। ସମୂହ ଏଥିପାଇଁ ବିସିସିଆଇକୁ ‘ଏକ୍ସପେସନ ଅଫ ଇଣ୍ଟ୍ରେଷ୍ଟ’(ଇଓଆଇ) ପ୍ରଦାନ କରିଛି।

ଟାଟା ଓ ପତଞ୍ଜଳୀ  ବ୍ୟତୀତ ଏହି ଦୌଡରେ ଶିକ୍ଷାର ଅନଲାଇନ୍ ବ୍ୟବସାୟୀ ଅନଏକାଡେମୀ ଓ ଫେଣ୍ଟସି ସ୍ପୋର୍ଟ୍ସ ପ୍ଲାଟଫର୍ମ ଡ୍ରିମ୍-୧୧ ମଧ୍ୟ ସାମିଲ। ଏହି ସବୁ କମ୍ପାନୀ ଚୀନର ମୋବାଇଲ୍ କମ୍ପାନୀ ଭିଭୋର ସ୍ଥାନ ନେବାକୁ ଚାହୁଁଛନ୍ତି। ବିସିସିଆଇକୁ ଇଓଆଇ ପ୍ରଦାନ କରିବାର ଶେଷ ତାରିଖ ୨୦୨୦ ଅଗଷ୍ଟ ୧୪ ଥିଲା। ଏଥର ଆଇପିଏଲ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ।

ବିଡ୍‌ ଯିଏ ଜିତିବ ତା ପାଖରେ ୪ ମାସ ଏବଂ ୧୩ ଦିନର ଆଇପିଏଲ ଟାଇଟଲ ପ୍ରାୟୋଜକ ଅଧିକାର ରହିବ। ଏହି ଦୌଡରେ ଟାଟା ଗ୍ରୁପ ସାମିଲ ହେବାରୁ ଅଗଷ୍ଟ ୧୮ରୁ ଆରମ୍ଭ ହେଉଥିବା ନିଲାମ ପ୍ରକ୍ରିୟା ବହୁତ ରୋମାଞ୍ଚକର ହେବ। ବିସିସିଆଇ ଆଶା ରଖିଛି କମ୍ ଅବଧି ପରେ ଚଳିତ ବର୍ଷର ବୋଲି ଭିଭୋର ୪୪୦ କୋଟି ଟଙ୍କାର ବାର୍ଷିକ ଚୁକ୍ତିଠୁ କମ୍ ହେବ ନାହିଁ।

ବିସିସିଆଇର ସୂତ୍ର ଅନୁଯାୟୀ ଅନଏକାଡେମୀ ଓ ଡ୍ରିମ-୧୧ ପୂର୍ବରୁ ହିଁ ଇଓଆଇ ପ୍ରଦାନ କରି ସାରିଛନ୍ତି। ୨୦୨୦ ଅଗଷ୍ଟ ୧୮ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଡ୍ ନେଇ ନିଲାମ ହେବ। ଏହି ସବୁ କମ୍ପାନୀ ବ୍ୟତୀତ ବିଶ୍ଵର ଚତୁର୍ଥ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଜିଓ କମ୍ୟୁନିକେସନ ମଧ୍ୟ ଏହି ଦୌଡରେ ସାମିଲ। ହେଲେ ବିସିସିଆଇ ଏ ପର୍ଯ୍ୟନ୍ତ ପତଞ୍ଜଳୀ ଓ ଜିଓ ଦୌଡରେ ସାମିଲ ହେବାର ସ୍ପଷ୍ଟ ସୂଚନା ଦେଇ ନାହିଁ। ବୋର୍ଡ ସ୍ପଷ୍ଟ କରିଛି ସବୁଠୁ ଅଧିକ ବୋଲି ଲଗାଉଥିବା ଲୋକଙ୍କୁ ଟାଇଟଲ୍‌ ପ୍ରାୟୋଜକ ମିଳିବା ଜରୁରୀ ନୁହେଁ।

   Related Posts