ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ଦିଲ୍ଲୀ ଓ ହାଇଦ୍ରାବାଦ, ଜିତିଲେ ସିଧା ପ୍ଲେ-ଅଫକୁ ଯିବ DC

Published By : Prameya-News7 Bureau | October 27, 2020 IST

ଦୁବାଇ, ୨୭|୧୦: ଆଜି ଆଇପିଏଲର ୪୭ ତମ ମୁକାବିଲାରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀ ଏହି ମୁକାବିଲା ଜିତି ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।କାରଣ ଦଳ ଗତ ୨ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିଛି । ଏହି ମୁକାବିଲା ଭାରତୀୟ ସମୟାନୁସାରେ ୭ଟା ୩୦ରେ ଖେଳାଯିବ ।

ଦିଲ୍ଲୀକୁ ପ୍ଲେ ଅଫରେ ପହଁଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ୧୬ ଅଙ୍କ ପାଇଲେ ଦିଲ୍ଲୀ ପଏଣ୍ଟ ତାଲିକାର ଶୀର୍ଷରେ ପହଁଚିଯିବ ।

ଆଇପିଏଲର ରେକର୍ଡ ଉପରେ ନଜର ପକାଇଲେ ଦିଲ୍ଲୀ ଓ ହାଇଦ୍ରାବାଦ ଏବେସୁଦ୍ଧା ୧୬ ଥର ସାମ୍ନାସାମ୍ନି ହୋଇଛନ୍ତି । ଏହାମଧ୍ୟରୁ ଦିଲ୍ଲୀ ୬ଟିରେ ବିଜୟ ଲାଭ କରିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚ୍ ଜିତିଛି ।

ସେହିପରି ଆଜିର ମ୍ୟାଚ୍ ହାଇଦ୍ରାବାଦ ପାଇଁ କର ବା ମର ରହିବ । କାରଣ ଦଳ ଏବେ ୧୧ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି । ଏହାସହ ୭ ନମ୍ବର ସ୍ଥାନରେ ରହିଛି । ପ୍ଲେ ଅଫରେ ଖେଳିବାକୁ ହେଲେ ହାଇଦ୍ରାବାଦକୁ ନିଜର ସବୁ ମ୍ୟାଚ୍ ଭଲ ରନ ରେଟରେ ଜିତିବାକୁ ହେବ ।

ଦିଲ୍ଲୀ ପାଖରେ ଭଲ ବୋଲର ସହ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ୍ ମଧ୍ୟ ରହିଛନ୍ତି । ଦଳ କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରୁନାହିଁ । ଆଜିର ମ୍ୟାଚ୍ ଜିତି ଦଳ ପ୍ଲେ ଅଫରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ତେବେ ହାଇଦ୍ରାବାଦ ଶେଷ ମ୍ୟାଚରେ ପଞ୍ଜାବଠୁ ପରାସ୍ତ ହୋଇଥିଲା । ଦଳ ୧୨୭ ରନର ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରି ନଥିଲା । ଡେଭିଡ୍ ଓ୍ୱାର୍ଣ୍ଣର ଓ ଜନି ବେୟରେଷ୍ଟୋଙ୍କ ଆଉଟ ପରେ ମ୍ୟାଚର ମୋଡ ବଦଳି ଯାଇଥିଲା । ଆଜିର ମ୍ୟାଚରେ ଦଳ ପୂର୍ବ ଭୁଲ ସୁଧାରିବାକୁ ଚେଷ୍ଟା କରିବ । ଏହାସହ ବିଜୟ ଲକ୍ଷ୍ୟ ନେଇ ଦଳ ପଡିଆକୁ ଓହ୍ଲାଇବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.