ଆଇପିଏଲ-୨୦୨୧ ଅଧାରୁ ବନ୍ଦ, ବିସିସିଆଇ ଉପସଭାପତି ଦେଲେ ସୂଚନା: ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ କରୋନା ଗ୍ରହଣ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ,୦୪/୦୫ : ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି ।

wp:html /wp:html

ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ସୋମବାର କେକେଆର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ସ୍ଥଗିତ ରଖା ଯାଇଥିଲା। ଏହା ବ୍ୟତୀତ ଚେନ୍ନାଇ ସୁପରକିଙ୍ଗ୍ସର ତିନି ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହା ପରେ ଆଇପିଏଲ୍‌ର ବାୟୋ ବବଲକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦର ୨ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଦେଶରେ ବଢୁଥିବା କରୋନା ସଂକ୍ରମଣ ପରେ ମଧ୍ୟ ଆଇପିଏଲ୍ ବାତିଲ୍ ହୋଇନଥିଲା। ଅନେକ ଲୋକ ଏହି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଦାବି କରି ସାରିଛନ୍ତି।

ସୂଚନାଯୋଗ୍ୟ, ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଓ୍ଵାର୍ଲ୍ଡ କ୍ରିକେଟ୍‌ର କାରବାର ପ୍ରାୟ ୧୫ ହଜାର କୋଟି ଟଙ୍କା। ଏଥିରୁ ୩୩ ପ୍ରତିଶତ ଆଇପିଏଲ୍‌ରୁ ହିଁ ଆସିଥାଏ। ଅର୍ଥାତ କେବଳ ଆଇପିଏଲ୍‌ରୁ ବିଶ୍ଵ କ୍ରିକେଟ୍‌କୁ ୫ ହଜାର କୋଟି ଟଙ୍କା ମିଳିଥାଏ। ଏହି କାରଣରୁ ବିସିସିଆଇକୁ ଟି-୨୦ ଲିଗ୍‌ ଆୟୋଜନରେ ଦୁନିଆର ଅନ୍ୟ କ୍ରିକେଟ୍ ବୋର୍ଡର ସହଯୋଗ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.