IPL-2020: ବିନା ଦର୍ଶକରେ ବି ଉଛୁଳିବ ଷ୍ଟାଡିୟମ! ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ହୋଇଛି ଏପରି ‘ଯୋଗାଡ଼’

Published By : Prameya-News7 Bureau | September 12, 2020 IST

ଦୁବାଇ : ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ତ୍ରୟୋଦଶ ସଂସ୍କରଣ। କୋଭିଡ-୧୯ ମହାମାରୀ ଲାଗି ଖାଲି ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଣୁ ଟିକେଟ୍‌ ବୁକିଂ ମଧ୍ୟ ହେଉନି। ଏଥିରେ ଆଇପିଏଲର ରୋମାଞ୍ଚ ରହିବ କି ନା ସେ ନେଇ ଆୟୋଜକ ସଂଶୟରେ ଥିବା ବେଳେ ଏବେ ଯୋଗାଡ କାମ ଦେଖାଇବ ବୋଲି ଜଣାପଡିଛି।

{"id":328627,"sizeSlug":"large"}

ଆଇପିଏଲ ଫ୍ରାଞ୍ଚାଇଜ୍ ଟିମ୍‌ ମାନେ ଏଥିଲାଗି ଯେଉଁ ଉପାୟ ପାଞ୍ଚିଛନ୍ତି ତାହା ବାସ୍ତବିକ୍‌ ରୋମାଞ୍ଚକର। ସେମାନଙ୍କ ନିଷ୍ପତ୍ତି ଅନୁସାରେ ଖେଳ ବେଳେ ଷ୍ଟାଡିୟମ ଚତୁପାର୍ଶ୍ୱରେ ବଡବଡ ସ୍କ୍ରିନ୍‌ରେ ଚିୟରଲିଡର ଓ ଦର୍ଶକଙ୍କ ହୋ ହଲ୍ଲାର ରେକର୍ଡେଡ୍ ଭିଡିଓ ପ୍ଲେ କରାଯିବ। ଏଥିରେ ଖେଳାଳି ଏକ ଭର୍ଚୁଆଲ ଷ୍ଟାଡିୟମର ଅନୁଭବ ପାଇପାରିବା ସହ ଆଇପିଏଲ ମଧ୍ୟ ରୋମାଞ୍ଚକର ହେବ ବୋଲି ଏବେ ଅନୁମାନ କରାଯାଉଛି।

{"id":328628,"width":580,"height":387,"sizeSlug":"large"}

ଏକ ଫ୍ରାଞ୍ଚାଇଜ୍ ଟିମ୍‌ ଅଧିକାରୀଙ୍କ ଅନୁସାରେ ଆଇପିଏଲର ସମସ୍ତ ୮ଟି ଜାକ ଟିମ୍‌ଙ୍କ ନିଷ୍ପତ୍ତି ଅନୁସାରେ ଖେଳାଳିଙ୍କୁ ଷ୍ଟାଡିୟମରେ ଲାଇଭ ଦର୍ଶକଙ୍କ ଉପସ୍ଥିତିର ଅନୁଭବ ଦେବା ଲାଗି ପ୍ରି ରେକର୍ଡେଡ ଭିଡିଓ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। କାରଣ ସମସ୍ତେ ଚାହାଁନ୍ତି ସ୍ୱାସ୍ଥ୍ୟ ପ୍ରୋଟକଲ ଓ ବାୟୋ-ବବଲ  ନିୟମର କଡାକଡି ପାଳନ ହେଉ। ଏଣୁ କେତେକ ଟିମ୍‌ ପ୍ରଥମେ ପ୍ରତି ଚୌକା ଓ ଛକ୍କାରେ ଚିୟରଲିଡରଙ୍କ ପୂର୍ବ ରେକର୍ଡେଡ ଭିଡିଓ ପ୍ଲେ କରିବାକୁ ବିଚାର କରିଥିଲେ। ହେଲେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିର ଅନୁଭବ ଲାଗି କଣ କରାଯିବ ସେ ନେଇ କିଛି ଠିକ୍‌ ହୋଇ ନଥିଲା।

{"id":328629,"sizeSlug":"large"}

ତେବେ ପରେ ଟିମ୍‌ ମାନେ ଏ ନେଇ ମିଳିତ ନିଷ୍ପତ୍ତି ନେଇଛନ୍ତି। ଫ୍ୟାନ୍ସ ଚାହାନ୍ତି ଯେ କୌଣସି ଉପାୟରେ ମ୍ୟାଚ୍‌ର ଅଂଶ ହେବାକୁ । ପ୍ଲେୟର ମଧ୍ୟ ଷ୍ଟାଡିୟମରେ ଫ୍ୟାନସଙ୍କ ସପୋର୍ଟ ଚାହାନ୍ତି। ଏଥିରେ ଏହାଠାରୁ ଆଉ କିଛି ଭଲ ଉପାୟ ହୋଇ ନ ପାରେ ବୋଲି ଫ୍ରାଞ୍ଚାଇଜିମାନେ କହିଛନ୍ତି। ଆଇପିଏଲର ଚଳିତ ସଂସ୍କରଣରେ ଦର୍ଶକ ନ ହେବା ଯୋଗୁ କେତେକ ଖେଳାଳି ନିରଶା ବ୍ୟକ୍ତ କରୁଥିଲେ। ହେଲେ ସେମାନଙ୍କ ସମସ୍ୟାର ମଧ୍ୟ ଏଥିରେ ସମାଧାନ ହୋଇଯିବ ବୋଲି ଏବେ ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.