Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଧୋନୀଙ୍କ ଏହି ବଡ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଏବେ ଟାର୍ଗେଟରେ ଗେଲ୍ ଓ ଡିଭିଲର୍ସ

24/09/2020 at 3:38 PM

ଦୁବାଇ, ୨୪|୦୯ : ରୋହିତ ଶର୍ମା ଯେଉଁ ମ୍ୟାଚ୍‌ରେ ଆକର୍ଷଣୀୟ ଇନିଂସ ଖେଳନ୍ତି ସେହି ମ୍ୟାଚ୍‌ରେ କୌଣସି ନା କୌଣସି ରେକର୍ଡ ଭାଙ୍ଗିଥାନ୍ତି । ଦିନିକିଆରୁ ଟି୨୦ ମ୍ୟାଚ୍ ପର୍ଯ୍ୟନ୍ତ ତଥା ଆଇପିଏଲରେ ରୋହିତଙ୍କୁ ବାଦଶାହ ବୋଲି କୁହାଯାଏ । ସେ ଥରେ କ୍ରିଜରେ ସେଟ୍ ହୋଇଗଲେ ତାଙ୍କୁ ଆଉଟ୍ କରିବା କଷ୍ଟକର । କ୍ରିଜରେ ରହି ସେ ରନ୍ ବର୍ଷା କରିଥାନ୍ତି । ଆଇପିଏଲରେ ସେ କେକେଆର ବିରୋଧରେ ୫୪ ବଲ୍‌ରୁ ୮୦ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ । ଏହାସହ ମୁମ୍ବାଇକୁ ଜିତାଇଥିଲେ । ଫଳରେ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ତେବେ ଏହି ମ୍ୟାଚରେ ରୋହିତ ଧୋନୀଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

ଆଇପିଏଲରେ ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍

ରୋହିତ ୧୮ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଆଇପିଏଲରେ କୌଣସି ଭାରତୀୟ ଖେଳାଳି ଏତେଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇ ନାହାଁନ୍ତି । ଧୋନୀ ୧୭ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ରୋହିତ ଏବେ ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ତେବେ ୨୧ ଥର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ରିସ୍ ଗେଲଙ୍କ ନାମରେ ରହିଛି । ଏହାପରେ ଏବି ଡିଭିଲର୍ସଙ୍କ ନାଁ ରହିଛି । ସେ ୨୦ ଥର ଶ୍ରେଷ୍ଠ ଖେଳାଳି ପୁରସ୍କୃତ ହୋଇଛନ୍ତି ।  ୟୁସୁଫ ପଠାନଙ୍କୁ ମଧ୍ୟ ୧୬ ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି ।

ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ରୋହିତ ୮୦ ରନ୍ କରିଥିଲେ । ଏହି ଇନିଂସରେ ସେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ । ଏହାସହ ସେ ଆଇପିଏଲରେ ୨୦୦ ଛକା ପୂରଣ କରିଛନ୍ତି । ୨୦୦ ଛକା ଲଗାଇଥିବା ସେ ଦ୍ୱିତୀୟ ଅଧିନାୟକ ଅଟନ୍ତି ।

   Related Posts