ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆଇପିଏଲ ସ୍ଥଗିତ, ବିସିସିଆଇର ବଡ ଘୋଷଣା

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ, ୧୫|୦୪:  କରୋନା ଭାଇରସ ପାଇଁ ୨୦୨୦ ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ସ୍ଥଗିତ କରାଯାଇଛି  । ବିଶ୍ୱର ସବୁଠାରୁ ମହଙ୍ଗା କ୍ରିକେଟ ଲିଗ୍ ସ୍ଥଗିତ ହେବା ନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୨୯ରୁ ମେ ୨୪ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବୋର୍ଡ ପାଖରେ କୌଣସି ନୂଆ ପ୍ଲାନ ନଥିଲା ।

wp:core-embed/twitter {"url":"https://twitter.com/ANI/status/1250342368424820738?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250342368424820738\u0026ref_url=https%3A%2F%2Fwww.amarujala.com%2Fcricket%2Fcricket-news%2Findian-premier-league-2020-season-has-now-been-postponed-indefinitely-says-bcci","type":"rich","providerNameSlug":"twitter","className":""}
https://twitter.com/ANI/status/1250342368424820738?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1250342368424820738&ref_url=https%3A%2F%2Fwww.amarujala.com%2Fcricket%2Fcricket-news%2Findian-premier-league-2020-season-has-now-been-postponed-indefinitely-says-bcci
/wp:core-embed/twitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ଜାରି ରଖିବା ନେଇ ଘୋଷଣା କରିଥିଲେ । ଏହାପରେ ଆଇପିଏଲ ହେବା ନେଇ ସମସ୍ତ ଆଶା ଶେଷ ହୋଇଯାଇଥିବା କୁହାଯାଉଥିଲା । ଏହାକୁ ନେଇ ବିସିସିଆଇ କୌଣସି ସମୟରେ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଥିଲା। ଆଜି ବୋର୍ଡ ପକ୍ଷରୁ ଆଇପିଏଲ ସ୍ଥଗିତ ହେବା ନେଇ ଘୋଷଣା କରାଯାଇଛି । ଯଦି ସ୍ଥିତି ସୁଧୁରେ ତେବେ ମଧ୍ୟ ଆଇପିଏଲ ଆୟୋଜନ ହେବା ନେଇ ଆଶା କମ ରହିଛି ।

କରୋନା ଭାଇରସ ପାଇଁ ପୂର୍ବରୁ ଅଲମ୍ପିକ ଓ ଓ୍ୱିଲିମ୍ବଡନ୍ ଖେଳ ଉପରେ ଗ୍ରହଣ ଲାଗି ସାରିଛି । ଏହା ମଧ୍ୟରେ ଆଇପିଏଲ ଆୟୋଜନକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଥିଲା  ।ଦେଶରେ କରୋନା ଭାଇରସ ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୩୩୯ଜଣ ପ୍ରାଣ ହରାଇଛନ୍ତି । କିଛି ଦିନ ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଥିଲେ । ବର୍ତମାନ ସ୍ଥିତିରେ ଆଇପିଏଲ କଥା ବିଚାର କରାଯାଉ ନାହିଁ ବୋଲି ସେ କହିଥିଲେ । ସେହିପରି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆଇପିଏଲକୁ ଭୁଲିଯିବା ଉଚିତ ବୋଲି କହିଥିଲେ ।

ବିସିସିଆଇ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆଇପିଏ ଆୟୋଜନା କରିପାରେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଆଇପିଏଲର ଆୟୋଜନକୁ ନେଇ କୌଣସି ଯୋଜନା ନଥିବା ଅଧିକାରୀଜଣଙ୍କ କହିଥିଲେ । ବିସିସିଆଇ ଏବେ ଆଇପିଏଲ ପାଇଁ ବିଚାର କରୁନାହିଁ । ଯାହାର ଅନେକ କାରଣ ରହିଛି । ବିସିସିଆଇ ପାଖରେ ଏବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବାବଦରେ କୌଣସି ସୂଚନା ନାହିଁ । କେବେ ବିଦେଶ ଯାତ୍ରା ଉପରୁ କଟକଣା ହଟିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କରୋନାର ଭୟବହତାକୁ ଦେଖି ଏବେ କୌଣସି ବୋର୍ଡ କ୍ରିକେଟ ବାବଦରେ କୌଣସି ଆଲୋଚନା କରୁନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.