Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏଲରେ ସେହି ଦାମୀ ଖେଳାଳି, ଯେଉଁମାନଙ୍କ ଦରମା ଅଧିନାୟକଙ୍କଠୁ ବେଶି

16/09/2020 at 6:55 PM

ନୂଆଦିଲ୍ଲୀ,୧୬ ।୦୯:  ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଏହି ଟୁର୍ଣ୍ଣାମେଣ୍ଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ଦଳର ଅଧିନାୟକଙ୍କଠୁ ଅଧିକ ଦରମା ପଇଥାନ୍ତି । ଆଇପିଏଲ ୨୦୨୦ରେ ଯେଉଁ ଅଧିନାୟକଙ୍କ ଦରମା ସବୁଠୁ କମ୍, ସେ ପ୍ରାୟ ୭ କୋଟି ଟଙ୍କା ପାଇଥାନ୍ତି । ସବୁଠାରୁ ଅଧିକ ଦରମା ଯେଉଁ ଅଧିନାୟକଙ୍କୁ ମିଳିବ ତାହାର ମୂଲ୍ୟ ୧୭ କୋଟି ଟଙ୍କା ।

ପେଟ୍ କମିନ୍ସ- କୋଲକାତା ନାଇଟ୍ ରାଇଡର୍ସ

କେକେଆର ତରଫରୁ ଖେଳୁଥିବା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପେଟ୍ କମିନ୍ସ ଦ୍ୱିତୀୟ ଦାମି ଖେଳାଳି । ତାଙ୍କୁ ୧୫.୫୦ କୋଟି ଟଙ୍କାରେ କେକେଆର କିଣିଛି । ସେ ନିଜ ଦଳର ଅଧିନାୟକଙ୍କଠୁ ଦ୍ୱିଗୁଣା ଅଧିକ ଦରମା ପାଇବେ । କେକେଆରର ଅଧିନାୟକ ଦିନେଶ କାର୍ତ୍ତିକଙ୍କୁ ଚଳିତ ଥର ୭.୪ କୋଟି ଟଙ୍କା ମିଳିବ ।

ସୁନୀଲ ନାରିନ୍

କେକେଆରର ଆଉ ଜଣେ ଖେଳାଳି ହେଉଛନ୍ତି ସୁନୀଲ ନାରିନ୍ । ଏହି ଓ୍ୱେଷ୍ଟ ଇଣ୍ଡିଜ୍ ଖେଳାଳିଙ୍କୁ କେକେଆର ୧୨.୫୦ କୋଟି ଟଙ୍କାରେ କିଣିଛି । ସେ ବୋଲର ଭାବେ କ୍ୟାରିଆର ଆରମ୍ଭ କରିଥିଲେ ମଧ୍ୟ ଏବେ ବ୍ୟାଟିଂ କରୁଛନ୍ତି ।

ଆଣ୍ଡ୍ର୍ୟୁ ରସେଲ୍- କେକେଆର

ରସେଲ ବିଶ୍ୱର ଜଣେ ପ୍ରମୁଖ ଅଲରାଉଣ୍ଡର । ଏହି ଖେଳାଳି ଜଣଙ୍କ ଭଲ ବୋଲିଂ କରିବା ସହ ବଡ ବଡ ସଟ୍ ମଧ୍ୟ ମାରିଥାନ୍ତି ।  ତାଙ୍କୁ ମଧ୍ୟ କେକେଆର ୮.୫୦ କୋଟି ଟଙ୍କାରେ କିଣିଛି ।

ସିମରନ୍ ହେଟମାୟାର- ଦିଲ୍ଲୀ କ୍ୟାପିଟାଲ୍ସ

ଓ୍ୱେଷ୍ଟ ଇଣ୍ଡିଜର ଯୁବ ବ୍ୟାଟସମ୍ୟାନ୍ ହେଟମାୟାର ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟସ ଆୟାରଙ୍କଠୁ ବେଶି ରୋଜଗାର କରିବେ । ତାଙ୍କୁ ଦଳ ୭.୭୫ କୋଟିରେ କିଣିଛି । କିନ୍ତୁ ଶ୍ରେୟସଙ୍କ ଦରମା ୭ କୋଟି ।

ଆର ଅଶ୍ୱିନ- ଦିଲ୍ଲୀ କ୍ୟାପିଟାଲ୍ସ

ଭାରତୀୟ ସ୍ପିନର୍ ଆର ଅଶ୍ୱିନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୭.୬୦ କୋଟି ଟଙ୍କାରେ କିଣିଛି । ସେ ଦଳର ଅଧିନାୟକ ଶ୍ରେୟସ ଆୟାରଙ୍କଠୁ ବେଶି ରୋଜଗାର କରିବେ ।

ଋଷଭ ପନ୍ତ- ଦିଲ୍ଲୀ କ୍ୟାପିଟାଲ୍ସ

ଋଷଭ ପନ୍ତ ଦିଲ୍ଲୀର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କୁ ଦିଲ୍ଲୀ ୧୫ କୋଟି ଟଙ୍କାରେ କିଣିଛି । ଯାହା ରୋହିତ ଶର୍ମା ଓ ଏମଏସ ଧୋନୀଙ୍କ ସହ ସମାନ ଅଟେ ।

   Related Posts