ଆଇପିଏଲ ଖେଳାଳି ନିଲାମ : ସବୁଠୁ ଅଧିକ ୮.୪ କୋଟି ଟଙ୍କାରେ ଜୟଦେବ ଉନଦକତଙ୍କୁ କିଣିଲା ରାଜସ୍ଥାନ ରୟାଲସ,ବିକ୍ରି ହେଲେନି ଯୁବରାଜ - ଜାଣନ୍ତୁ କିଏ ବିକ୍ରି ହେଲା କେତେ ଟଙ୍କାରେ

Published By : Prameya-News7 Bureau | December 18, 2018 IST

ଜୟପୁର ୧୮/୧୨: ଆଇପିଏଲ ଖେଳାଳି ନିଲାମ ୨୦୧୯। ପୁଣି ବାଜି ମାରିନେଲେ ବାମହାତୀ ପେସ ବୋଲର ଜୟଦେବ ଉନଦକତ। ଖେଳାଳି ନିଲାମର ପ୍ରଥମ କେଇ ଘଣ୍ଟାରେ ଉନଦକତଙ୍କ ନେବାକୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ମୁକାବିଲା। ଶେଷରେ ରାଜସ୍ଥାନ ରୟାଲସ ଜୟଦେବଙ୍କୁ ୮.୪ କୋଟି ଟଙ୍କାରେ କିଣିଛି। ଉନଦକତଙ୍କୁ କିଣିବାପାଇଁ ରାଜସ୍ଥାନ ରୟାଲସ, ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ହୋଇଥିବି ତ୍ରିମୁଖୀ ଲଢେଇ। ହେଲେ ମ୍ୟାଚ ୱିନର ଯୁବରାଜଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାନାହାନ୍ତି।

wp:gallery {"ids":[65075]} /wp:gallery

ଆଇପିଏଲ ୨୦୧୯ ପାଇଁ ରାଜସ୍ଥାନ ଜୟପୁରରେ ଖେଳାଳି ନିଲାମ ଆରମ୍ଭ ହୋଇଛି। ନିଲାମରେ ଆରମ୍ଭରୁ  ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ କିଣିବାପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ।  ଆଇସିସିଟି ଟ୍ବେଣ୍ଟି ୱାର୍ଲଡ ଫାଇନାଲରେ ଲଗାତର ୪ଟି ଛକ୍କାମାରି ଦଳକୁ  ଚାମ୍ପିଅନ କରାଇଥିବା କାର୍ଲୋସ ବ୍ରେଥୱେଟଙ୍କୁ କୋଲକାତା ନାଇଟ ରାଇଡର୍ସ ୫କୋଟି ଟଙ୍କାରେ କିଣିଥିଲା। ତେବେ ନିଲାମରେ ପ୍ରଥମ ରାଉଣ୍ଡରେ ମ୍ୟାଚ ୱିନର ଯୁବରାଜ ସିଂଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନଥିଲେ। ଯୁବରାଜଙ୍କ ବଦଳରେ କାରିବିଆନ ବିସ୍ଫୋରକ ଯୁବ ବ୍ୟାଟସମ୍ୟାନ  ହେଟମେୟରଙ୍କୁ ୪.୨କୋଟି ଟଙ୍କାରେ କିଣିଥିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଇଂଲଣ୍ଡ ୱିକେଟ କିପର ବ୍ୟାଟସମ୍ୟାନ ଜନ ବେୟାରଷ୍ଟୋଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ୨.୨ କୋଟି ଟଙ୍କାରେ କିଣିଛି। ଭାରତର ଟେଷ୍ଚ ୱିକେଟ କିପର ରିଦ୍ଧିମାନ ସାହାଙ୍କ ମଧ୍ୟସନ ରାଇଜର୍ସ ହାଇଦ୍ରାବାଦ ୧.୨ କୋଟି ଟଙ୍କାରେ କିଣିଛି।

wp:gallery {"ids":[65076]} /wp:gallery

ଭାରତର ସ୍ପିନର ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ ୫ କୋଟି ଟଙ୍କାରେ କିଣିଛି । ଆଇପିଏଲ ଖେଳାଳି ନିଲାମ ୨୦୧୯ରେ ପ୍ରଥମ ଖେଳାଳିଭାବେ ବିକ୍ରି ହୋଇଥିଲେ ଭାରତର ମିଡଲ ଅର୍ଡର ବ୍ୟାଟସମ୍ୟାନ ହନୁମା ବିହାରୀ। ବିହାରୀଙ୍କୁ ଦିଲ୍ଲୀ କ୍ୟାପିଟାଲ ୨କୋଟି ଟଙ୍କାରେ କିଣିଛି। ଆଜିର ଖେଳାଳି ନିଲାମରେ ମୋଟ ୩୫୧ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏଥିରେ ମୋଟ ୨୨୪ଜଣ ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି। ଫଟାଫଟ ଟୁର୍ଣ୍ଣାମେଣ୍ଟରେ ୮ଟି ଫ୍ରାଞ୍ଚାଇଜ ଆଜିମାତ୍ର ୭୦ଜଣ ଖେଳାଳିଙ୍କୁ କିଣି ପାରିବେ। ୫୦ ଜଣ ଭାରତୀୟ ଖେଳାଳି ଓ ୨୦ ଜଣ ବିଦେଶା ଖେଳାଳିଙ୍କୁ ଫ୍ରାଞ୍ଚାଇଜ କିଣିପାରିବେ। ଏଥର ଖେଳାଳିଙ୍କ ବେସ୍ ପ୍ରାଇସ ସର୍ବାଧିକ ୨କୋଟି ଟଙ୍କା  ରଖାଯାଇଛି। ଆଇପିଏଲର ନିୟମ ଅନୁଯାୟୀ ପ୍ରତ୍ୟେକ ଦଳରେ  ସର୍ବାଧିକ ୨୫ଜଣ ଏବଂ ଅତି କମରେ ୧୮ଜଣ ଖେଳାଳି ରହିବେ। ପ୍ରତ୍ୟେକ ଦଳରେ ସର୍ବାଧିକ ୮ ଜଣ ବିଦେଶୀ ଖେଳାଳି ରହିପାରିବେ। ଆସନ୍ତା ବର୍ଷ ମାର୍ଚ୍ଚ ୨୯ରୁ ଆଇପିଏଲର ଦ୍ହାଦଶ ସଂସ୍କରଣ ଆରମ୍ଭ ହେବ ବୋଲି ତାଲିକା ପ୍ରକାଶ ପାଇଛି। ତେବେ ଏହି ସମୟରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଆଇପିଏଲ କେବେ ଖେଳାଯିବ ସେନେଇ ଅନିଶ୍ଚିତତା ଦେଖାଦେଇଛି। 

wp:gallery {"ids":[65077]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.