ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍ କରିବ ନାହିଁ ମୁମ୍ବାଇ ଇଣ୍ଡିଆନ୍ସ, ଏହି ତିନି ଖେଳାଳିଙ୍କୁ ଦଳରେ ରଖିବ

Published By : Prameya-News7 Bureau | October 28, 2021 IST

ନୂଆଦିଲ୍ଲୀ ୨୮।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସିଜିନ ପାଇଁ ମେଗା ନିଲାମ ଆସନ୍ତା ବର୍ଷ ଆରମ୍ଭରେ କିମ୍ବା ଚଳିତ ବର୍ଷ ଶେଷ ଆଡକୁ ହୋଇପାରେ।  ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ରିଟେନସନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ଯାଇଛି। ରିପୋର୍ଟ୍ସ ଅନୁଯାୟୀ, ଆଠ ଫ୍ରାଞ୍ଚାଇଜି ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ୍ କରି ପାରିବେ। ହେଲେ ଏହାକୁ ନେଇ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ମାତ୍ର ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ନିଷ୍ପତ୍ତି ନେଇଛି।

ଲିଗ୍‌ର ସବୁଠୁ ସଫଳ ଦଳ ମୁମ୍ବାଇ ସ୍ପଷ୍ଟ କରିଛି ଯେ, ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ରିଟେନ୍ କରିବ ନାହିଁ। ହାର୍ଦ୍ଦିକଙ୍କ ବର୍ତ୍ତମାନ ଫର୍ମକୁ ଦେଖି ତାଙ୍କୁ ମୁମ୍ବାଇ ରିଟେନ୍ କରିବାର ଆଶା ନାହିଁ ବୋଲି ଆଇପିଏଲର ଜନୈକ ଅଧିକାରୀ କହିଛନ୍ତି। କାରଣ ହାର୍ଦ୍ଦିକ ଆଗ ପରି ଆଉ  ବିସ୍ଫୋରକ ବ୍ୟାଟିଂ କରୁ ପାରୁ ନାହାନ୍ତି। ସେ ଆଇପିଏଲ  ହେଉ କି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିଜ ଫିଟନେସ୍ କାରଣରୁ ସେ ଶତପ୍ରତିଶତ ଦଳ ପାଇଁ ଦେଇ ପାରୁ ନାହାନ୍ତି।

ହାର୍ଦ୍ଦିକ ଗତ କିଛି ବର୍ଷ ଆଘାତଜନିତ ସମସ୍ୟା ଏବଂ ନିଜର ଫିଟନେସ୍‌କୁ ନେଇ ସଂଘର୍ଷ କରୁଛନ୍ତି। ଏହାର ପ୍ରଭାବ ତାଙ୍କ ଖେଳ ଉପରେ ପଡୁଛି। ସେ ୨୦୨୧ ସିଜିନରେ ୧୪ଟି ମ୍ୟାଚ୍‌ରେ ୧୪ ହାରରେ ମାତ୍ର ୧୨୭ ରନ କରିଛନ୍ତି। କେବଳ ଏତିକି ନୁହେଁ ଗତ ଦୁଇଟି ସିଜିନରେ ସେ ଦଳ ପାଇଁ ବୋଲିଂ ମଧ୍ୟ କରୁ ନାହାନ୍ତି।

ଅଧିକାରୀ କହିଛନ୍ତି, ରିଟେନସନ ନିୟମ ଦେଖିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ କିରଣ ପୋଲାର୍ଡଙ୍କୁ ଦଳରେ ରଖିପାରେ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ରଖିପାରେ। ଅଧିକାରୀ କହିଛନ୍ତି, ହାର୍ଦ୍ଦିକଙ୍କୁ ବାହାରେ ରଖିବା କ୍ରିକେଟିଂ କୁହାଯିବ। କାରଣ ଦଳ ଏହା ବୁଝି ପାରୁଛି ଯେ, ସେ ଏବେ ବିପଦଜ୍ଜନକ ଅଲରାଉଣ୍ଡର ହୋଇ ରହି ନାହାନ୍ତି। ସେ ବର୍ତ୍ତମାନ କେବଳ ଜଣେ ବ୍ୟାଟସମ୍ୟାନ ହିସାବରେ ଖେଳୁଛନ୍ତି। କିନ୍ତୁ ହାର୍ଦ୍ଦିକଙ୍କୁ ଦଳ ନିଲାମ ସମୟରେ ବଜେଟ୍‌କୁ ଦୃଷ୍ଟିରେ ରଖି ନିଜ ସହିତ ରଖିପାରେ।

ଆଇପିଏଲ ୨୦୨୨ରୁ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଦୁଇଟି ଦଳ ସାମିଲ  ହେବେ।  ଏହାକୁ ଦୃଷ୍ଟିରେ ରଖି ନଭେମ୍ବର କିମ୍ବା ଡିସେମ୍ବର ଶେଷ ସୁଦ୍ଧା ନିଲାମ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.