Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଇପିଏଲ ଫାଇନାଲ : ଚତୁର୍ଥ ଟ୍ରଫି ଲକ୍ଷ୍ୟରେ ସିଏସକେ, ମାତ୍ ଦେବାକୁ କେକେଆର ତୟାର

15/10/2021 at 9:12 AM

ନୂଆଦିଲ୍ଲୀ, ୧୫|୧୦:    ଶୁକ୍ରବାର ଆଇପିଏଲ ଫାଇନାଲ ମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଚଳିତ ଆଇପିଏଲରେ ଚେନ୍ନାଇ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିଲା ।

ପ୍ରଥମ ପ୍ଲେ ଅଫ ମ୍ୟାଚରେ ହିଁ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ପ୍ଲେ ଅଫରେ ପ୍ରଥମେ ବାଙ୍ଗାଲୋର ଓ ପରେ ଦିଲ୍ଲୀକୁ ହରାଇ ଏବେ ଫାଇନାଲରେ ପ୍ରବେଶ କରିଛି କୋଲକାତା। ଉଭୟ ଦଳ ୨୫ଟି ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ୧୬ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ କୋଲକାତା ୮ଟି ମ୍ୟାଚରେ ବିଜୟୀ ହୋଇଛି ।

ଚଳିତ ଆଇପିଏଲରେ ଦୁଇଥର ମୁହାଁମୁହିଁ ହୋଇଥିବା ମ୍ୟାଚରେ ଚେନ୍ନାଇ ଦୁଇ ଥର ବିଜୟ ଲାଭ କରିଛି । ତେବେ ଫର୍ମକୁ ଫେରିଥିବା କୋଲକାତା କିନ୍ତୁ ଏଥର ବଦଲା ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଚେନ୍ନାଇ କିନ୍ତୁ ତାର ଚତୁର୍ଥ ଟ୍ରଫି ଲକ୍ଷ୍ୟ ରହିଛି ।

   Related Posts