Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭଲ ଆରମ୍ଭ କରିଥିଲା କେକେଆର, ମାତ୍ର କେଇଟା ଓଭରରେ ବଦଳିଗଲା ମ୍ୟାଚର ମୋଡ଼, ବିଜୟ ଛଡାଇନେଲା ଚେନ୍ନାଇ…

16/10/2021 at 7:32 AM

ନୂଆଦିଲ୍ଲୀ, ୧୬|୧୦ : ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ପୁଣି ଥରେ ଆଇପିଏଲ ଚାମ୍ପିଅନ ହୋଇଛି । ଚେନ୍ନାଇ ୨୭ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି । ତେବେ ଉଭୟ ଦଳ ମଧ୍ୟରେ ଫାଇନାଲରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା ।

ମ୍ୟାଚରେ ଏପରି ଅନେକ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା ଯେତେବେଳେ ଉଭୟ ଟିମ୍ ନିଜ ନିଜର ଦବଦବା ପ୍ରତିଷ୍ଠା କରିଥିଲେ । କୋଲକାତା ନାଇଟ ରାଇଡର୍ସ ଭଲ ଆରମ୍ଭ କରିଥିଲେ ମଧ୍ୟ ଚେନ୍ନାଇ ବୋଲରଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଯାହା ପୁରା ବାଜିକୁ ପଲଟାଇ ଦେଇଥିଲା ।

ଚେନ୍ନାଇ ତରଫରୁ ଦିଆଯାଇଥିବା ୧୯୩ ରନର ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇଥିଲା କେକେଆର । ଦଳ ଭଲ ଆରମ୍ଭ କରିଥିଲା । ଭେଙ୍କଟେଶ ଆୟର ଓ ଶୁଭମନ ଗିଲ ଭଲ ବ୍ୟାଟିଂ କରିଥିଲେ । ଉଭୟଙ୍କ ମଧ୍ୟରେ ୯୧ ରନର ପାର୍ଟନରସିପ୍ ହୋଇଥିଲା । କିନ୍ତୁ ଏହା ପରେ ଯାହା ହୋଇଥିଲା ତାହା ମ୍ୟାଚର ମୋଡ ବଦଳାଇ ଦେଇଥିଲା ।

୧୧ ତମ ଓଭରରେ ଚେନ୍ନାଇ ଭେଙ୍କଟେଶଙ୍କ ଓ୍ୱିକେଟ୍ ନେଇଥିଲା । ତାପରେ ସମସ୍ତ ବ୍ୟାଟସମ୍ୟାନ୍ ତାସ ଘର ଭଳି ଆଉଟ ହୋଇଥିଲେ । ଦଳର ସ୍କୋର ୧୦୮ ହୋଇଥିବା ବେଳେ ୪ ଜଣ ପ୍ରମୁଖ ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ ଫେରି ଯାଇଥିଲେ । ଏହାପରେ ବି ଲଗାତର ଭାବେ କେକେଆର ବ୍ୟାଟସମ୍ୟାନ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଦଳ ୧୯.୫ ଓଭର ଯାଏଁ ୱିକେଟ୍ ହରାଇଥିଲା ।

ସୂଚନାଯୋଗ୍ୟ, ଚେନ୍ନାଇ ଆଇପିଏଲରେ ଚତୁର୍ଥ ଥର ପାଇଁ ଚାମ୍ପିଅନ ହୋଇଛି । ଏହାପୂର୍ବରୁ ଧୋନୀଙ୍କ ନେତୃତ୍ୱରେ ଦଳ ୨୦୧୦, ୨୦୧୧ ଓ ୨୦୧୮ରେ ଟ୍ରଫି ଜିତିଥିଲା ।

   Related Posts