Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଲକଡାଉନ୍ ଘୁଞ୍ଚିବା ପରେ ମଉଳିଲା ଆଇପିଏଲ ଆଶା ! ଅତିଶୀଘ୍ର ବଡ ଘୋଷଣା କରିପାରେ ବିସିସିଆଇ

14/04/2020 at 12:19 PM

ନୂଆଦିଲ୍ଲୀ, ୧୪|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ଜାରି ରଖିବା ନେଇ ଘୋଷଣା କରିଛନ୍ତି । ଏହାପରେ ଆଇପିଏଲ ହେବା ନେଇ ସମସ୍ତ ଆଶା ଶେଷ ହୋଇଯାଇଥିବା କୁହାଯାଉଛି । ଏହାକୁ ନେଇ ବିସିସିଆଇ କୌଣସି ସମୟରେ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ଯଦି ସ୍ଥିତି ସୁଧୁରେ ତେବେ ମଧ୍ୟ ଆଇପିଏଲ ଆୟୋଜନ ହେବା ନେଇ ଆଶା କମ ରହିଛି ।

ଏହି ଟୁର୍ଣ୍ଣାମେଣ୍ଟ ରବ୍ଦ ହୋଇପାରେ । କରୋନା ଭାଇରସ ପାଇଁ ପୂର୍ବରୁ ଅଲମ୍ପିକ ଓ ଓ୍ୱିଲିମ୍ବଡନ୍ ଖେଳ ଉପରେ ଗ୍ରହଣ ଲାଗି ସାରିଛି । ଏହା ମଧ୍ୟରେ ଆଇପିଏଲ ଆୟୋଜନକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ଦେଶରେ କରୋନା ଭାଇରସ ପାଇଁ ୧୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ୩୩୯ଜଣ ପ୍ରାଣ ହରାଇଛନ୍ତି । କିଛି ଦିନ ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲକୁ ନେଇ ଏକ ବଡ ବୟାନ ଦେଇଥିଲେ । ବର୍ତମାନ ସ୍ଥିତିରେ ଆଇପିଏଲ କଥା ବିଚାର କରାଯାଉ ନାହିଁ ବୋଲି ସେ କହିଥିଲେ । ସେହିପରି ଗତକାଲି ମଧ୍ୟ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଆଇପିଏଲକୁ ଭୁଲିଯିବା ଉଚିତ ବୋଲି କହିଥିଲେ ।

ବିସିସିଆଇ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଆଇପିଏ ଆୟୋଜନା କରିପାରେ ବୋଲି ଖବର ଆସିଥିଲା । କିନ୍ତୁ ଏବେ ଆଇପିଏଲର ଆୟୋଜନକୁ ନେଇ କୌଣସି ଯୋଜନା ନଥିବା ଅଧିକାରୀଜଣଙ୍କ କହିଥିଲେ ।

ବିସିସିଆଇ ଏବେ ଆଇପିଏଲ ପାଇଁ ବିଚାର କରୁନାହିଁ । ଯାହାର ଅନେକ କାରଣ ରହିଛି । ବିସିସିଆଇ ପାଖରେ ଏବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କ, ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ବାବଦରେ କୌଣସି ସୂଚନା ନାହିଁ । କେବେ ବିଦେଶ ଯାତ୍ରା ଉପରୁ କଟକଣା ହଟିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କରୋନାର ଭୟବହତାକୁ ଦେଖି ଏବେ କୌଣସି ବୋର୍ଡ କ୍ରିକେଟ ବାବଦରେ କୌଣସି ଆଲୋଚନା କରୁନାହାଁନ୍ତି ।

   Related Posts