ସେପ୍ଟେମ୍ବର-ଅକ୍ଟୋବରରେ ହୋଇପାରେ ଆଇପିଏଲ୍: ସୂଚନା ଦେଲେ ବ୍ରିଜେଶ ପଟେଲ

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ୧୧/୬: ସେପ୍ଟେମ୍ବର -ଅକ୍ଟୋବରରେ ହୋଇପାରେ ଆଇପିଏଲ୍‌ । ଆଇପିଏଲ୍‌ ଘଭର୍ଣ୍ଣିଂ କାଉନସିଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏନେଇ ସୂଚନା ଦେଇଛନ୍ତି । କେବଳ ଆଇସିସି ବିଶ୍ବକପ୍‌ ଟି-ଟ୍ବେଣ୍ଟିଂ ଘୋଷଣାକୁ ଅପେକ୍ଷା କରାଯାଇଛି । ସେହି ଅନୁସାରେ ଆଇପିଏଲ୍‌ ଦିନ ଓ ଭେନ୍ୟୁ ଧାର୍ଯ୍ୟ କରାଯାଇପାରେ ବୋଲି ବ୍ରିଜେଶ ପଟେଲ କହିଛନ୍ତି । ୨୯ ମାର୍ଚ୍ଚରୁ ହେବାକୁ ଥିବା ଆଇପିଏଲ୍‌ କରୋନା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରିଦିଆଯାଇଛି ।

ତେବେ ଆଇପିଏଲ୍‌ ପାଇଁ ଆଶା ଛାଡି ନାହିଁ ଗଭର୍ଣ୍ଣିଂ କାଉନସିଲ୍ ଓ ବିସିସିଆଇ । ଆଇପିଏଲ୍ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ବ୍ରିଜେଶ କହିଛନ୍ତି । ସେପଟେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବି ଆଇପିଏଲ୍‌ ନେଇ ସମସ୍ତ ପ୍ରକାର ବିକଳ୍ପ ଉପରେ ବିଚାର ବିମର୍ଶ ଚାଲିଛି ବୋଲି କହିଛନ୍ତି । ଏନେଇ ସେ ଦେଶର ସମସ୍ତ କ୍ରିକେଟ୍ ସଂଘକୁ ପତ୍ର ବି ଲେଖିସାରିଛନ୍ତି । ଯେଉଁଥିରୁ ଅନୁମାନ କରାଯାଉଛି ଯେ ଆଇପିଏଲ୍‌ ନେଇ କୌଣସି ସମୟରେ ବି ଘୋଷଣା ହୋଇପାରେ ।

ଆଇପିଏଲ୍‌ ପ୍ରଶଂସକ, ଫ୍ରାଞ୍ଚାଇଜ୍, ଖେଳାଳି ,ପ୍ରସାରକ, ପ୍ରାୟୋଜକ ଆଦିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଇପିଏଲ୍‌ କରାଯିବାକୁ ଯୋଜନା ହେଉଛି । ଆଇପିଏଲ୍‌ର ଭାଗନେବାକୁ ବିଦେଶୀ ଖେଳାଳି ବି ସମ୍ମତି ପ୍ରଦାନ କରିବା ସହ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।ତେବେ ବିନା ଦର୍ଶକରେ ଆଇପିଏଲ୍‌ ଖେଳା ଯାଇପାରେ ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି । ଆଇସିସି ଟି-ଟ୍ବେଣ୍ଟିଂ ବିଶ୍ବକପ୍‌ ସଂପର୍କିତ ବୈଠକ ଆସନ୍ତା ୧୪ରେ ବସିବାକୁ ଯାଉଛି ।            

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.