Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କରୋନାର କଳା ବାଦଳରେ IPL : ଶନିବାର ବସିବ ଗଭର୍ଣ୍ଣିଂ କାଉନସିଲ୍ ବୈଠକ, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି

12/03/2020 at 10:01 AM

ମୁମ୍ବାଇ ୧୨।୦୩: IPL ଉପରେ କରୋନାର କଳା ବାଦଲ । ଚଳିତ IPL ହେବ କି ନାହିଁ ଆସନ୍ତା ଶନିବାର ନିଆଯିବ ନିଷ୍ପତ୍ତି । ଚଳିତବର୍ଷ  ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଖେଳାଯିବ କି ନାହିଁ ସେ ସଂପର୍କରେ ଶନିବାର ଦିନ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିବାକୁ ଯାଉଛି । ମାର୍ଚ୍ଚ ୨୯ରୁ ଆଇ.ପି.ଏଲ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଆଇ.ପି.ଏଲ୍ ମ୍ୟାଚ୍ ଆୟୋଜନ ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ସରକାର ମଧ୍ୟ IPL ଟିକେଟ ବିକ୍ରିକୁ ବ୍ୟାନ୍ କରିଛନ୍ତି । ମହାରାଷ୍ଟ୍ର କ୍ୟାବିନେଟ୍ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିବା ସେଠାକାର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି । ସେହିପରି ଚଳିତ ବର୍ଷ IPL ଖେଳାନଯିବାକୁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଏହି ମାମଲାରେ ଗୁରୁବାର ଶୁଣାଣି ହେବ । କର୍ଣ୍ଣାଟକ ସରକାର ମଧ୍ୟ ଆଇ.ପି.ଏଲ୍ ମ୍ୟାଚ୍ ନେଇ କଣ କରାଯାଇପାରିବ ସେ ସଂପର୍କରେ କେନ୍ଦ୍ରର ପରାମର୍ଶ ଚାହିଁ ଏକ ଚିଠି ଲେଖିଛନ୍ତି । ଆଇପିଏଲ୍ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନସ୍ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବାର ଅଛି । ତେବେ ଶନିବାର ଦିନ ହେବାକୁ ଥିବା IPL ଗଭର୍ଣ୍ଣିଂ କାଉନସିଲ୍ ବୈଠକ ନିଷ୍ପତ୍ତି ନିଆଯିବ ।

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୪୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏବଂ ଏହି ଭୂତାଣୁରେ ୧ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ବିଶ୍ବର ୧୧୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି ମାରାତ୍ମକ ଭୂତାଣୁ କରୋନା ।

   Related Posts