ଲଦ୍ଦାଖ ଉତ୍ତେଜନା ପ୍ରସଙ୍ଗରେ ଟ୍ୱିଟ୍‌ କରିବା ଡାକ୍ତରଙ୍କୁ ପଡିଲା ମହଙ୍ଗା, ଟିମ୍‌ରୁ ବାହାର କରିଦେଲା CSK

Published By : Prameya-News7 Bureau | June 17, 2020 IST

ଚେନ୍ନାଇ ୧୭।୬:  ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ (ସିଏସକେ)ର ଟିମ୍‌ ଡାକ୍ତର ମଧୂ ଥୋଟ୍ଟାପିଲିଲୀଙ୍କୁ ତାଙ୍କ ଟ୍ୱିଟ୍‌ ପୋଷ୍ଟ ମହଙ୍ଗା ପଡିଛି। ଏଥିଲାଗି ସିଏସକେ ତାଙ୍କୁ ନିଲମ୍ବିତ କରିଥିବା ବେଳେ ତାଙ୍କର ଟ୍ୱିଟ୍‌ ପୋଷ୍ଟକୁ ଦୁର୍ଭାଗ୍ୟଜନକ କହିଛି। ଡା.ଥୋଟ୍ଟାପିଲ୍ଲଲୀ ଲଦ୍ଦାଖ ଗଲୱାନ ଘାଟିରେ ଭାରତ-ଚୀନ୍ ଉତ୍ତେଜନାକୁ ନେଇ ବିବାଦୀୟ ପୋଷ୍ଟ କରିଥିଲେ।

wp:html /wp:html

ଗଲୱାନ ଘାଟିରେ ଗତ ସୋମବାର ରାତିରେ ଦୁଇ ସେନା ହାତାହାତୀ ହୋଇଥିବା ବେଳେ ଭାରତ ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଜଣ ଜବାନ ସହିଦ ହୋଇଛନ୍ତି। ଏଥିରେ ଡା.ଥୋଟ୍ଟାପିଲ୍ଲଲୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକପୋଷ୍ଟ କରି ‘ ଯଦି  ପିଏମ କେୟାର୍ସ ଷ୍ଟିକର ସହ କଫିନଗୁଡିକ ଫେରନ୍ତ, ବେଶି ଖୁସି ଲାଗନ୍ତା’ ବୋଲି ଉଲ୍ଲେଖ କରିଥିଲେ। ତାଙ୍କର ଏହି ଟ୍ୱିଟ୍‌ ଭାଇରାଲ ହେବା ପରେ ଲୋକେ ସିଏସକେକୁ ରିଟ୍ୱିଟ୍‌ କରି ଏହାର ଜବାବ ମାଗିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଫ୍ରାଞ୍ଚାଇଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡା. ଥୋଟ୍ଟାପିଲ୍ଲଲୀଙ୍କୁ ଟିମ୍‌ରୁ ବାହାର କରିଦେଇଛନ୍ତି।

wp:html /wp:html

ସୂଚନା ଯୋଗ୍ୟଯେ ବିସିସିଆଇଙ୍କ ପୂର୍ବତନ ଅଧ୍ୟକ୍ଷ ଏନ୍.ଶ୍ରୀନିବାସନଙ୍କ ଇଣ୍ଡିଆ ସିମେଣ୍ଟସ୍‌ ସିଏସକେର ମାଲିକ ହୋଇଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ଟିମ୍‌ର କ୍ୟାପ୍ଟେନ ଅଛନ୍ତି। ଧୋନୀ ପ୍ରାଦେଶିକ ସେନାରେ ହନରାରି ଲେଫ୍ଟନାଣ୍ଟ ଜେନେରାଲ ଅଛନ୍ତି। ଏଥିରେ ଟିମ୍‌ ଡାକ୍ତରଙ୍କ ଏପରି ଟ୍ୱିଟ୍‌ ସମସ୍ତଙ୍କୁ ଚକିତ କରିଛି। ତେବେ ଡା. ଥୋଟ୍ଟାପଲ୍ଲିଲୀଙ୍କର ଏହା ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ଓ ସେ ଦେଇଥିବା ମନ୍ତବ୍ୟ ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ତାଙ୍କର ଏପରି ଟ୍ୱିଟ୍‌ ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଟିମ୍‌ ସଫେଇ ଦେଇଛି। 

wp:html /wp:html

ତେବେ ଡା. ଥୋଟ୍ଟାପଲ୍ଲିଲୀଙ୍କ ଏହି ଟ୍ୱିଟ୍‌ ମୁଖପାତ୍ର ସମ୍ବିତ ପାତ୍ର, ବି.ଏଲ.ସନ୍ତୋଷଙ୍କ ସମେତ ବିଭିନ୍ନ ବିଜେପି ନେତାଙ୍କ ଟ୍ୱିଟ୍‌ ସନ୍ଦର୍ଭରେ ଥିଲା ବୋଲି କୁହାଯାଇଛି। ଯେଉଁଥିରେ ବିଜେପି ନେତାମାନେ ପିଏମ କେୟାର୍ସ ଫଣ୍ଡର ହେଉଥିବା ଉପଯୋଗ ନେଇ ଟ୍ୱିଟ୍‌ କରିଥିଲେ। ଏଥିରେ ଏକ ଭେଣ୍ଟିଲେଟରରେ ପିଏମ କେୟାର୍ସ ଷ୍ଟିକର ସହ ସେୟାର କରିଥିବା ବେଳେ  ଡା.ଥୋଟ୍ଟାପଲ୍ଲିଲୀ ଆଉ ପାଦେ ଆଗକୁ ବଢିଯିବା ତାଙ୍କ ଲାଗି ଦୁର୍ଭାଗ୍ୟପୂର୍ଣ୍ଣ ସାବ୍ୟସ୍ତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.