Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପର ସଣ୍ଡେରେ ସୁପର ମୁକାବିଲା : ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ

ଆଇପିଏଲ ୨୦୧୯ ଆଜି ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗସ ହେବେ ମୁହାଁ ମୁହିଁ। ପୂର୍ବରୁ  ଉଭୟ ଦଳ ତିନି ଥର ଲେଖାଏ ଟାଇଟଲ ଜିତିଛନ୍ତି। ତେଣୁ ଆଜିର କ୍ଲାସ ଅଫ୍ ଟାଇଟାନ୍ସରେ କେଉଁ ଦଳ ବାଜିମାତ୍ କରିବ ତାରି ଉପରେ ରହିଛି ସବୁ କ୍ରିକେଟ ପ୍ରେମୀଙ୍କ ନଜର।

ଆଇପିଏଲ ୨୦୧୯ର ଆଜି ଫାଇନାଲ। ଫାଇନାଲରେ ଦୁଇ ମହାରଥୀ  ମୁମ୍ବାଇ ଇଣ୍ଡିଆନସ –ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଟାଇଟଲ ପାଇଁ ହେବ ଲଢେଇ।  ଏବର୍ଷ ଲିଗ୍ ପର୍ଯ୍ୟାୟରେ ଦୁଇ ଥର ଏବଂ ପ୍ରଥମ କ୍ବାଲିଫାଏର ମ୍ୟାଚରେ ତିନି ଥର ଚେନ୍ନାଇକୁ ହରାଇଥିବାରୁ ମୁମ୍ବଇକୁ ଆଜିର ମ୍ୟାଚରେ ଫେବରାଇଟ ଆକଳନ କରୁଛନ୍ତି ଏକ୍ସପର୍ଟ। ତେବେ ସବୁ ଗଣିତକୁ ଓଲଟପାଲଟ କରିବାରେ ଦକ୍ଷତା ଧୋନି ବ୍ରିଗେଡ ପାଖରେ ରହିଛି ।

ମ୍ୟାଚକୁ ଶେଷ ମୁହୂର୍ତ୍ତରେ କେମିତି ଜିତି ହୁଏ ସେହି କଳା ଦୁଇ ଦଳର ଖେଳାଳିଙ୍କୁ ବେଶ୍ ଜଣା। ବିଗ୍ ମ୍ୟାଚର ପ୍ରେସରରେ ମଧ୍ୟ ଖେଳିବାର ଦୁଇ ଦଳର ଖେଳାଳିଙ୍କର ଅଭିଜ୍ଞତା ରହିଛି। ଏଯାଏ ଆଇପିଏଲର ଇତିହାସରେ ମୁମ୍ବାଇ ଇଣ୍ଡିଆ ନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ତିନି ଥର ଲେଖାଏଁ ଟାଇଟଲ ଜିତିଛନ୍ତି। ଯେଉଁ ଦଳ ଆଜି ମ୍ୟାଚ ଜିତିବ ସେହି ଦଳ ଚତୁର୍ଥ ଆଇପିଲ ଟାଇଟଲ ସହିତ ଆଗୁଆ ରହିବ। ତେଣୁ ଆଜିର କ୍ଲାସ ଅଫ ଟାଇଟାନ୍ସରେ କେଉଁ ଦଳ  ବାଜିମାତ୍ କରିବ ସେନେଇ ଦର୍ଶକଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ମୁମ୍ବାଇ ଇଣ୍ଡିଆନସ ଦଳ ପାଖରେ ଖେଳାଳିଙ୍କ ମନୋବଳ ଦୃଢ ରହିଥିବାବେଳେ ଦଳରେ ଅଛି ମୋମେଣ୍ଟମ। ତେବେ ସିରିଆଲ ୱିନର ଚେନ୍ନାଇକୁ ହାଲକାରେ ନେବା ମୁମ୍ବାଇକୁ ପଡିପାରେ ମହଙ୍ଗା।

ଚେନ୍ନାଇ ସବୁଠୁ ବଡ ପ୍ଲସ ପଏଣ୍ଟ ରହିଛି ଏମ ଏସ ଧୋନୀ। ଧୋନୀଙ୍କ ମ୍ୟାଚ ବୁଝିବାର ଦକ୍ଷତା କାହାକୁ ଅଛପା ନାହିଁ। ୱିକେଟ ପଛରେ ଧୋନୀଙ୍କ ଗ୍ଲୋଭସ ୱାର୍କ ମୁମ୍ବାଇ ଖେଳାଳିଙ୍କୁ ସବୁ ସମୟରେ ସତର୍କ ରହିବାକୁ ହେବ। ଏପଟେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ସ୍ମାର୍ଟ ବୋଲିଂ ଚେଞ୍ଜେସ ଏବଂ ଆକ୍ରମଣାତ୍ମକ ଫିଲ୍ଡ ପ୍ଲେସମେଣ୍ଟ ଚେନ୍ନାଇ ପାଇଁ  ଅଡୁଆ ସୃଷ୍ଟି କରିପାରେ। ତେବେ ଆଜି ମଇଦାନରେ ଦୁଇ  କପ୍ତାନଙ୍କ ମାଇଣ୍ଡ ଗେମ ଉପରେ ରହିବ ନଜର। ତେବେ ଉଭୟ ଦଳରେ ରହିଛି ଫାୟାର ପାୱାର।

ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ୱିକେଟ ସ୍ପିନରଙ୍କୁ ବେଶ୍ ସୁହାଇବାର ରେକର୍ଡ ନାହିଁ। ୱିକେଟ ଷ୍ଟ୍ରୋକପ୍ଲେକୁ ବେଶ୍ ସୁହାଉଥିବାରୁ ଆଜିର ମ୍ୟାଚ ହାଇସ୍କୋରିଂ ହେବାର ସମ୍ଭାବନା ରହିଛି। ଚେନ୍ନାଇ ପାଇଁ ଆଜି ଦଳ ଫାପ୍  ଡୁ ପ୍ଲେସି  ଓ ସେନ ୱାଟସନଙ୍କଠାରୁ ଅଧିକ ଆଶା କରିବ। ସୁରେଶ ରୈନା ମଧ୍ୟ ଗେମ ଚେଞ୍ଜର ଭାବେ ଉଭା ହୋଇପାରନ୍ତି। ତେବେ ମୁମ୍ବାଇର ବୋଲିଂ ଚେନ୍ନାଇ ଉପରେ ପଡିପାରେ ଭାରି। ତେଣୁ ଆଜିର ମ୍ୟାଚରେ କ୍ୟାପଟେନ କୁଲ କେଉଁ ରଣନୀତି ନେଇ ମଇଦାନକୁ ଓହ୍ଲାଉଛନ୍ତି ତାରି ଉପରେ ରହିବ  କ୍ରିକେଟ ପ୍ରେମୀଙ୍କ ନଜର।

136 Views

   ସମ୍ବନ୍ଧିତ ଖବର