ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ, ମ୍ୟାଚ୍ ରେଫରୀଙ୍କ ନିକଟରେ ଅଭିଯୋଗ କଲା କିଙ୍ଗସ୍ ଏକାଦଶ ପଞ୍ଜାବ

Published By : Prameya-News7 Bureau | September 21, 2020 IST

ନୂଆଦିଲ୍ଲୀ, ୨୧|୦୯: ରବିବାର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବ ମ୍ୟାଚରେ ଅମ୍ପାୟାର ଏକ ଭୁଲ ନିଷ୍ପତ୍ତି ନେଇଥିଲେ ।  ଏହି ପ୍ରସଙ୍ଗ ଏବେ ଗମ୍ଭୀର ହେବାକୁ ବସିଲାଣି ।  ଏବେ ପଞ୍ଜାବ ଖରାପ ଅମ୍ପାୟାରିଂ ବାବଦରେ ମ୍ୟାଚ୍ ରେପରୀଙ୍କ ନିକଟରେ ଅଭିଯୋଗ କରିଛି । ଭାରତ ପୂର୍ବତନ ବୋଲର ଜାଭାଗଲ ଶ୍ରୀନାଥ ହେଉଛନ୍ତି ଏହି ମ୍ୟାଚ୍‌ର ରେଫରୀ ।

ସୂଚନାନୁସାରେ, ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପ୍ରଥମେ ଟାଇ ହୋଇଥିଲା । ପରେ ଏହା ସୁପର ଓଭର ଯାଏଁ ଯାଇଥିଲା । ସୁପର ଓଭରରେ ଦିଲ୍ଲୀ ବିଜୟୀ ହୋଇଥିଲା ।କିନ୍ତୁ ମ୍ୟାଚର ୧୯ତମ ଓଭରରେ ଅମ୍ପାୟାର ନୀତିନ ମେନନ୍ ପଞ୍ଜାବକୁ ଏକ ରନ୍ ଦେବାକୁ ମନା କରିଦେଇଥିଲେ । ତାଙ୍କ କହିବାନୁସାରେ କ୍ରିସ୍ ଜାର୍ଡନ ଏକ ସଟ୍ ରନ୍ ନେଇଥିଲେ ।

ପଞ୍ଜାବର ଅଭିଯୋଗ ପରେ ରେଫରୀ ଶ୍ରୀନାଥ ଏହାର ବିଚାର କରିବେ ।  ଅମ୍ପାୟାରଙ୍କ ବିରୋଧରେ ଗଭର୍ଣ୍ଣିଂ କାଉନସିଲ ହିଁ କାର୍ଯ୍ୟାନୁଷ୍ଠାନ ନେଇପାରେ । ଅମ୍ପାୟାର କଣ ପାଇଁ ରନକୁ ନେି ସନ୍ଦେହ ହେବା ପରେ ଥାର୍ଡ ଅମ୍ପାୟାରଙ୍କ ସାହାଯ୍ୟ ନେଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.