Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଆଇପିଏଲ ୨୦୨୧: ଦଶମ ଥର ଶୂନ୍ୟରେ ଆଉଟ୍ ହେଲେ ଏବି ଡିଭିଲିୟର୍ସ, ଧାଓ୍ଵନଙ୍କ ସହ କଲେ ବରାବର

20/09/2021 at 11:25 PM

ଆବୁ ଧାବି ୨୦।୦୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ତାରକା ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ ନିଜର ବ୍ୟାଟିଂ ଦମରେ ଦଳକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ହେଲେ ସୋମବାର କୋଲକାତା ନାଇଟ୍ ରାଇଡର୍ସ  ବିପକ୍ଷ ମୁକାବିଲାରେ ସେ ପ୍ରଥମ ବଲ୍‌ରେ ହିଁ କ୍ଲିନବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଆନ୍ଦ୍ରେ ରସେଲ ଡିଭିଲିୟର୍ସଙ୍କୁ ୟର୍କର ବଲ୍‌ରେ ବୋଲ୍ଡ କରିଛନ୍ତି।

ଆଇପିଏଲ ଇତିହାସରେ ଡିଭିଲିୟର୍ସ ଦଶମ ଥର ଶୂନ୍ୟର ଶିକାର ହୋଇଛନ୍ତି। ଏହି ସମୟରେ ସେ ଛଅ ଥର ପ୍ରଥମ ବଲ୍‌ରେ ଆଉଟ୍ ହୋଇଛନ୍ତି। ସେହିପରି ଦୁଇ ଥର ଆଉଟ୍  ଦ୍ଵିତୀୟ ବଲ୍‌ ଏବଂ ଥରୁଟିଏ ଲେଖାଏଁ ତୃତୀୟ  ଓ ସପ୍ତମ ବଲ୍‌ରେ ଆଉଟ୍ ହୋଇଛନ୍ତି। ଆଇପିଏଲ୍‌ରେ ଡିଭିଲିୟର୍ସଙ୍କୁ ରସେଲ୍‌ଙ୍କ ବ୍ୟତୀତ ଏଲବି ମୋର୍କେଲ୍, ସୁଦୀପ ତ୍ୟାଗୀ, ଜ୍ୟାକ୍ସ କାଲିସ, କେନ ରିଚାର୍ଡସନ ଓ ମୋଇଜେସ୍ ହେନରିକ୍ସ ପ୍ରଥମ ବଲ୍‌ରେ ଆଉଟ୍ କରିଛନ୍ତି।

ଡିଭିଲିୟର୍ସ ଏବେ ଆଇପିଏଲରେ ସର୍ବାଧିକ ଥର ଶୂନ୍ୟରେ ଆଉଟ୍ ହେବା ମାମଲାରେ ଶିଖର ଧାଓ୍ଵନ ଓ ଅମିତ୍ର ମିଶ୍ରଙ୍କ ବରାବର କରିଛନ୍ତି। ତାଙ୍କ ଆଗରେ ରହିଛନ୍ତି ହରଭଜନ ସିଂହ, ପାର୍ଟିବ ପଟେଲ୍, ଆଜିଙ୍କ୍ୟ ରାହାଣେ, ଅମ୍ବତି ରାୟୁଡୁ ଓ ରୋହିତ ଶର୍ମା। ଏହି ପାଞ୍ଚ ବ୍ୟାଟସମ୍ୟାନ ଆଇପିଏଲ୍‌ରେ ସର୍ବାଧିକ ୧୩ ଥର ଶୂନ୍ୟରେ ଆଉଟ୍ ହୋଇଛନ୍ତି।

ମନୀଷ ପାଣ୍ଡେ, ପିୟୂଷ ଚାଓ୍ଵଲା, ଗୌତମ ଗମ୍ଭୀର ଓ ମନଦୀପ ସିଂହ ଦ୍ଵିତୀୟରେ ଅଛନ୍ତି। ଏହି ଚାରି ଖେଲାଳି ୧୨ ଥର ଖାତା ଖୋଲିବାରେ  ବିଫଳ ହୋଇଛନ୍ତି। ଏହି ତାଲିକାର ତୃତୀୟରେ ଅଛନ୍ତି ଗ୍ଲେନ ମ୍ୟାକ୍ସଓ୍ଵେଲ ଓ ଦିନେଶ କାର୍ତ୍ତି। ଏହି ଦୁଇ ବ୍ୟାଟସମ୍ୟାନ ୧୧-୧୧ ଥର ଶୂନ୍ୟର ଶିକାର ହୋଇଛନ୍ତି।

   Related Posts