Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଆଇପିଏଲ ପ୍ଲେ-ଅଫ୍ ଲଢେଇ, ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ

8/10/2021 at 11:56 AM

ଦୁବାଇ, ୦୮/୧୦: ଆଜି ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍‌ର ଫଳାଫଳ ବିଶେଷ ଗୁରୁତ୍ୱ ରଖିବ ନାହିଁ ।

କେବଳ ଉପଯୁକ୍ତ ଅଭ୍ୟାସ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଉଭୟ ପରସ୍ପରକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ।ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ସନରାଇଜର୍ସ ଠାରୁ ପରାଜିତ ହୋଇଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ । ଏହି ଅପ୍ରତ୍ୟାଶିତ ପରାଜୟ ପରେ ଖେଳାଳିମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି ।

ଆଜି ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ସହ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତି ମନୋବଳ ଦ୍ୱିଗୁଣିତ କରିବାକୁ ରୟାଲ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ ।ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ପ୍ଲେ-ଅଫ୍‌ ପାଇଁ ମ୍ୟାଚ୍‌ ଉପଯୁକ୍ତ ଅଭ୍ୟାସ ଯୋଗାଇବ । ଦଳର ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ମାର୍କସ ଷ୍ଟଇନିସ ଆହତ ଥିଲେ ହେଁ ଏହା ଦଳକୁ ପ୍ରଭାବିତ କରିବ ନାହିଁ ।

   Related Posts